ନୂଆଦିଲ୍ଲୀ: ସିଟ୍ ନଂ ୧୧-ଏ ପାଇଁ ମଝି ଆକାଶରେ ଝଗଡ଼ା । କିଏ ବସିବ ଏୟାର ଇଣ୍ଡିଆ ବିମାନର ୧୧-ଏ ନଂ ସିଟରେ ? ଅହମଦାବାଦ ବିମାନ ଦୁର୍ଘଟଣା ପରଠାରୁ ୧୧-ଏ ସିଟକୁ ନେଇ ଏବେ ଏତେ ଚର୍ଚ୍ଚା ହେଉଛି ଯେ ଉକ୍ତ ସିଟରେ ବସିବାକୁ ଯାତ୍ରୀଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି । ବିମାନ ଦୁର୍ଘଟଣାରେ ୧୧-ଏ ସିଟରେ ବସିଥିବା ଯାତ୍ରୀ ବିଶ୍ବାସ ରମେଶ କୁମାର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ବିମାନର ବାକି ସବୁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । 

Advertisment

ଆଉ ଏହି ୧୧-ଏ ସିଟରେ ବସିଥିବାରୁ ତାଙ୍କର ଜୀବନ ବଞ୍ଚିଯାଇଛି । ତେଣୁ ଏହି ସିଟକୁ ଲକି ସିଟ୍ ବୋଲି କୁହାଯାଉଥିବା ବେଳେ ଏହି ସିଟରେ ବସିବାକୁ ଲୋକେ ବିମାନ ଭିତରେ ଝଡଗା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ମାଆ ପୁଅଙ୍କ ଭିତରେ ଏହି ଝଗଡା ହେଉଥିବା ବେଳେ ଭିଡିଓରେ ବିମାନ ପରିଚାରିକା (ଏୟାର ହଷ୍ଟେସ୍) ମଧ୍ଯ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ୧୯ ତାରିଖରେ ଏହି ପୋଷ୍ଟ ହୋଇଥିବା ବେଳେ ଏହାର ସତ୍ୟାସତ୍ୟ କିଛି ଜଣା ପଡିନି । ଏୟାର ଇଣ୍ଡିଆ ପକ୍ଷରୁ ମଧ୍ଯ କୌଣସି ସ୍ପଷ୍ଟୀକରଣ ରଖା ଯାଇନଥିବାରୁ ଏହାକୁ ସେମାନେ ଜାଣି ଜାଣି କରିଥିବା କୁହାଯାଉଛି । ୧୧-ଏ ସିଟକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖି ଏହି ଭିଡିଓ କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ୧୧-ଏ ସିଟରେ ବସିବାକୁ ଲୋକେ ଟିକେଟ୍ କାଟିବା ବେଳେ ଅଧିକ ଭଡା ଦେବାକୁ ମଧ୍ୟ କହୁଛନ୍ତି । ଯେତେ ଯାହା ପଡୁ ମୋର ସେହି ୧୧-ଏ ସିଟ୍ ଦରକାର ବୋଲି ଲୋକେ କହୁଥିବା ବି ଜାତୀୟ ଗଣମାଧ୍ୟମକୁ ଟ୍ରାଭେଲ୍ ସଂସ୍ଥା କହିଛି । ତେବେ କାହିଁକି ଯାତ୍ରୀ ମାନେ ୧୧-ଏ ସିଟରେ ବସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଆସନ୍ତୁ ଜାଣିବା, କଣ ରହିଛି ୧୧-ଏ ସିଟରେ..

ସିଟ୍ ନଂ ୧୧-ଏର ବିଶେଷତ୍ବ କଣ ?

ବିମାନର ବ୍ୟବସ୍ଥା ଅନୁସାରେ ସିଟ୍ ନଂ ୧୧-ଏ ଇକୋନୋମି କ୍ଲାସର ପ୍ରଥମ ଧାଡିରେ ଏବଂ ବିଜନେସ୍ କ୍ଲାସର ପଛରେ ଅବସ୍ଥିତ। ଏହା ବିମାନର ଝରକା ପାଖ ସିଟ୍ ସହ ଗେଟ୍ ପାଖକୁ ଥାଏ । ତେବେ ଏହି ଏପରି ଏକ ସ୍ଥାନରେ ରହିଛି ଯଦି କୌଣସି ଦୁର୍ଭାଗ୍ୟ ବଶତଃ ବିମାନଟି ଖସି ପଡ଼ୁଛି ତେବେ ସେହି ସମୟରେ ଯାତ୍ରୀଙ୍କ ବଞ୍ଚିବା ସମ୍ଭାବନା ଅନେକ ରହିଥାଏ ।