ବାରମେର୍ : ଭାରତୀୟ ବାୟୁସେନାର ଗୌରବମୟ ଇତିହାସର ମୁକସାକ୍ଷୀଥିବା ମିଗ୍-୨୧ ଲଢୁଆ ବିମାନକୁ ଅନ୍ତିମ ବିଦାୟ ଦିଆଯାଇଛି । ଏବେ ଏହା ଆଉ କେବେ ବି ଭାରତୀୟ ଆକାଶରେ ଦେଖିବାକୁ ମିଳିବ ନାହିଁ। ଭାରତ-ପାକିସ୍ତାନ ସୀମାରେ ଶେଷ ଥର ପାଇଁ ଉଡ଼ି ସେବାନିବୃତ ହୋଇଛି ମିଗ୍-୨୧ ।

Advertisment

ସୋମବାଦିନ (ଅକ୍ଟୋବର ୩୦)ରେ ଏହା ଭାରତ-ପାକ ସୀମାରେ ଥିବା ଶେଷ ବାୟୁସେନା ଷ୍ଟେସନ ଉତ୍ତରଲାଇରୁ ଶେଷଥର ପାଇଁ ଉଡ଼ାଣ ଭରିଥିଲା । ସୋଭିଏତ୍ ରୁଷ ନିର୍ମିତ ମିଗ୍-୨୧ ୧୯୬୬ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ୧୯୭୧ ଯୁଦ୍ଧରେ ମିଗ୍-୨୧ ପାକିସ୍ତାନ ସେନା ପାଇଁ ଆତଙ୍କର କାରଣ ସାଜିଥିଲା ଓ ପାକିସ୍ତାନର ପରାଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ମିଗ୍-୨୧ ଲଢୁଆ ବିମାନକୁ ୬୦ ବର୍ଷ ଧରି ଭାରତୀୟ ବାୟୁସେନାର ମେରୁଦଣ୍ଡ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ ବାରମ୍ବାର ଦୁର୍ଘଟଣା ଯୋଗୁଁ ଏହାର ନିରାପତ୍ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ଏଭଳି ସ୍ଥିତିରେ ଅକ୍ଟୋବର ୩୦ତାରିଖରୁ ଏହାକୁ ବିଦାୟ ଦିଆଯାଇଛି। ଗତ ୯ ବର୍ଷରେ ୮ଟି ମିଗ୍ ଦୁର୍ଘଟଣା ଘଟିଛି । ଶେଷ ଥର ପାଇଁ ୨୦୨୨ ଜୁଲାଇ ୨୮ତାରିଖରେ ବାଡମେରରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।