ଉଡାଣ ସମୟରେ ଖସିପଡ଼ିଲା ମିଗ୍-୨୯ ବିମାନର ଇନ୍ଧନ ଟାଙ୍କି, ବିମାନବନ୍ଦରରରେ ନିଆଁ ଲାଗି ବନ୍ଦ ହେଲା ବିମାନ ଚଳାଚଳ

ପଣଜୀ : ଗୋଆରେ ଭାରତୀୟ ବାୟୁସେନାର ଫାଇଟର ପ୍ଲେନ ମିଗ୍-୨୯ ଉଡାଣ ଭରୁଥିବା ସମୟରେ ଏହାର ବାହାର ପାଖ  ଇନ୍ଧନ ଟାଙ୍କି ବିମାନବନ୍ଦରରେ ଖସିପଡିଥିଲା । ଫଳରେ ବିମାନବନ୍ଦରରରେ ଟାଙ୍କି ପଡ଼ିଥିବା ସ୍ଥାନଟି ହୁତୁହୁତୁ ହୋଇ ଜଳିଥିଲା । ତେବେ ଏଭଳି ସାଂଘାତିକ ସ୍ଥିତି ଦେଖି ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଛି । ଇନ୍ଧନ ଟାଙ୍କି ଖସିପଡ଼ିବା ପରେ ମଧ୍ୟ ଫାଇଟର ପ୍ଲେନଟି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଏହି ଘଟଣା ପରେ ଅନ୍ୟ ବିମାନର ଉଡାଣରେ ସାମାନ୍ୟ ବିଳମ୍ବ ହୋଇଛି । ଏହି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତକରାଯାଇଛି । ଏନେଇ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ବିମାନ କିଭଳି ଖୁବଶୀଘ୍ର ଚଳାଚଳ କରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ସମ୍ବନ୍ଧିତ ଖବର