ନୂଆଦିଲ୍ଲୀ : ରାଜସ୍ଥାନରେ ବାରମେରରେ ଆଜି ଭାରତୀୟ ବାୟୁସେନାର ଏକ ମିଗ-୨୧ ବିସନ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ଦୁଇ ଜଣ ପାଇଲଟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପାଇଲଟ ଦ୍ବୟଙ୍କ ମୃତ୍ୟୁ ସଂପର୍କରେ ଜିଲ୍ଲାପାଳ ଲୋକବନ୍ଧୁ ଯାଦବ ସ୍ପଷ୍ଟ କରିଥିବା ଜଣାଯାଇଛି ।
ବିମାନଟି ରାତି ୯ଟା ବେଳେ ବାରମେର ଉପରେ ଉଡ଼ୁଥିବାବେଳେ ଭାମରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରାୟ ଅଧ କିଲୋମିଟର ଅଂଚଳରେ ବିମାନର ବିଭିନ୍ନ ଅଂଶ ପଡ଼ିରହିଥିଲା । ବିମାନର ମୁଖ୍ୟ ଅଂଶ ଏକ ଜମିରେ ପଡ଼ିଥିଲା ଓ ତାହାର ନିଆଁ ବହୁ ଦୂରକୁ ଦେଖାଯାଉଥିଲା ।
ଭାରତୀୟ ବାୟୁସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣା ସଂପର୍କରେ କୌଣସି ଘୋଷଣା କରାଯାଇନାହିଁ ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ରାତି ୯ଟାବେଳେ ଗ୍ରାମବାସୀମାନେ ଏକ ଭୟଙ୍କର ବିସ୍ଫୋରଣ ଶୁଣିବାକୁ ପାଇଥିଲେ । ଏ ସଂପର୍କରେ ସେମାନେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/FYxMnUsaAAAurgO.jpg)