ବାହାରିନ୍‌ରେ ପ୍ରବାସୀ ଭାରତୀୟ ଦିବସ

ବାହାରିନ : ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ଆବାହକତ୍ୱରେ ବାହାରିନ୍‌ସ୍ଥିତ ତାଙ୍କ ବାସଭବନରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭାରତୀୟ ସମାଜର ପ୍ରତିନିଧିମାନେ ଯୋଗଦେଇଥିଲେ। ‘‘ଭାରତର ସମୃଦ୍ଧି ଆମ ଆତ୍ମାରେ ରହିଛି। ଆମେ ବିଦେଶରେ ଯିଏ ଯେଉଁଠି ଥିଲେ ବି ଭାରତମାତା ଆମର ଆତ୍ମା’’ ବୋଲି ସମସ୍ତେ ସଂକଳ୍ପ ନେଇଥିଲେ। ପ୍ରବାସୀ ଭାଇଭଉଣୀମାନେ ନିଜକୁ ନିଜ ରାଷ୍ଟ୍ରର ଜଣେ ଜଣେ ସାଂସ୍କୃତିକ ରାଜଦୂତ ବୋଲି ମନେ କରି ତଦନୁସାରେ କାର୍ଯ୍ୟ କରିବାକୁ ଡ. ପ୍ରହରାଜ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଶୁଦ୍ଧେନ୍ଦୁ ଦାସ, ସୁବ୍ରତ ବଡ଼ପଣ୍ଡା, ମିହିର ମିଶ୍ର, ନୃସିଂହଚରଣ ନାୟକ, ରମେଶ ପାଣିଗ୍ରାହୀ, ସୁବାସ ସାହୁ, ତାପସ ରାଜ, ଧୀରେନ, ପ୍ରଭାତ, ସୁନୀଲ, ତୃପ୍ତି ବଡ଼ପଣ୍ଡା, ହିମାଂଶୁ, ସିଦ୍ଧାର୍ଥ, ଅଲାସ୍କା, ଦେବାଶିଷ, ସୁନୀତା ପଣ୍ଡା, ପ୍ରିୟା ଦାସ, ମାନସ ରଞ୍ଜନ, ଅଙ୍କିତା, ଅବିନାଶ ପାଢ଼ୀ, ଅର୍ପିତା, ଆନି, ଟିନା, ଅମିୟ ସ୍ୱାଇଁ, ତନିମା, ଲୋପା ଓ ସୁନୀତା ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରବାସରେ ରହୁଥିବା ଭାରତୀୟମାନଙ୍କୁ ସ୍ବଦେଶ ପ୍ରତି ଉତ୍ତରଦାୟୀ ରହିବା ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରି ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇ ଆସୁଛି।

ସମ୍ବନ୍ଧିତ ଖବର