ଘର ଫେରନ୍ତା ଶ୍ରମିକଙ୍କ ତଥ୍ୟ ରଖିବ କେନ୍ଦ୍ର

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ରାଜ୍ୟମାନଙ୍କୁ ଫେରି ଆସୁଥିବା ଶ୍ରମିକମାନଙ୍କର ଜାତୀୟ ଡାଟାବେସ୍‌ ପ୍ରସ୍ତୁତ କରାଯିବ। ଜାତୀୟ ଡାଟାବେସ୍‌ରେ ବିଭିନ୍ନ ରାଜ୍ୟମାନଙ୍କରୁ ଅନ୍ୟ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଫେରି ଆସିବାର ବିବରଣୀ ଉଲ୍ଲେଖ କରାଯିବ। ଜାତୀୟ ଡାଟ‌ାବେସ୍‌ ତଥ୍ୟ ଅନୁସାରେ ରାଜ୍ୟକୁ ଫେରି ଆସୁଥିବା ଶ୍ରମିକମାନଙ୍କ ବିକଳ୍ପ ରୋଜଗାର ତଥା କାର୍ଯ୍ୟ ଉପଲବ୍ଧ ନ ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଭତ୍ତା ସେମାନଙ୍କୁ ଦିଆଯାଇପାରିବ। ଏହିଭଳି ଏକ ଯୋଜନା ଉପରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ବିଚାର କରୁଛି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଯେଉଁସବୁ ରାଜ୍ୟମାନଙ୍କୁ ଶ୍ରମିକମାନେ ଫେରୁଛନ୍ତି ସେଠାରେ ସେମାନଙ୍କର ଖାଦ୍ୟପେୟ ଓ ରୋଜଗାରର ଆବଶ୍ୟକତା ରହିଥିବା ବେଳେ ଯେଉଁସବୁ ରାଜ୍ୟରୁ ସେମାନେ ପଳାୟନ କରିଛନ୍ତି ସେଠାରେ ମଧ୍ୟ କାର୍ଯ୍ୟ ପ୍ରଭାବିତ ହେବ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର