ଚଳନ୍ତା ବସରେ ପ୍ରସବ କଲେ ପ୍ରବାସୀ ଶ୍ରମିକଙ୍କ ପତ୍ନୀ, ଡାକ୍ତରଖାନାରେ ପହଂଚିବା ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ ଯାଆଁଳା ଶିଶୁ

ବରେଲି: ଜଣେ ପ୍ରବାସୀ ଶ୍ରମିକଙ୍କ ଗର୍ଭବତୀ ପତ୍ନୀ ପଂଜାବର ଲୁଧିଆନାରୁ ଚାଲିଚାଲି ବିହାର ସ୍ଥିତ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବହୁ କଷ୍ଟରେ ପ୍ରବାସୀ ଶ୍ରମିକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ୍‌ ନେଇଥିଲେ ମଧ୍ୟ ଜନ୍ମ ହେବାର ମାତ୍ର କିଛି ସମୟ ପରେ ନବଜାତ ଶିଶୁଟି ଆଖି ବୁଜିଦେଇଥିଲା। ବରେଲିରେ ପୁଣି ସେଭଳି ଏକ ଘଟଣା ଘଟିଥିବା ଜଣା ପଡିଛି | ୬ମାସର ଜଣେ ଗର୍ଭବତୀ ମହିଳା ଚଳନ୍ତା ବସରେ ଯମଜ ସନ୍ତାନ ଜନ୍ମ ଦେଇଥିବା ବେଳେ ଘଂଟାଏ ପରେ ଯମଜ ସନ୍ତାନଙ୍କ ମୃତ୍ୟୁ ଘଟିଛି | ଘଟଣାଟି ରବିବାର ଘଟିଥିବା ବେଳେ ବସଟି ବରେଲି ଜିଲ୍ଲା ପାର ହେଉଥିବା ସମୟରେ ମହିଳା ଜଣଙ୍କ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବୋଲି ଜଣା ପଡିଛି | ଡାକ୍ତରମାନେ କହିଛନ୍ତି ଯେ, ମହିଳାଙ୍କୁ ସଙ୍ଗରୋଧ କରାଯାଇଛି ଏବଂ କରୋନା ପରୀକ୍ଷା ପାଇଁ ତାଙ୍କ ସ୍ୱାବ ନମୁନା ପଠାଯିବାର ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନା ମୁତାବକ, ୨୪ବର୍ଷୀୟା ଫାତିମା ବି ଏବଂ ତାଙ୍କ ସ୍ୱାମୀ ମିଥୁନ ମିଆଁ (୨୬) ପଶ୍ଚିମବଙ୍ଗର କୋଚ ବେହାର ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ହାପୁର ଜିଲ୍ଲାର ଏକ ଇଟାଭାଟିରେ କାମ କରୁଥିଲେ। ଲକଡାଉନ ପରେ ଇଟାଭାଟି ବନ୍ଦ ହୋଇଯିବାରୁ ସେମାନେ ସରକାରଙ୍କ ସହାୟତାରେ ଘରକୁ ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପାଇ ନଥିଲେ। ତାଙ୍କ ସ୍ୱାମୀ କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଅନ୍ୟ ୪୨ଜଣଙ୍କ ସହ ଏକ ଘରୋଇ ବସ୍‌ରେ ଯାତ୍ରା ପାଇଁ ୧.୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Infants feet | Choose physio
Choose physio

ବସରେ ଆସିବା ସମୟରେ ଫାତିମାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବ ସହ ସେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ | ଏହା ଦେଖି ଦମ୍ପତିଙ୍କୁ ବରେଲିର ଜାତୀୟ ରାଜପଥ ୨୪ର ବିଥ୍ରୀ ଚେନପୁର ଅଞ୍ଚଳରେ ବସ୍ ଡ୍ରାଇଭର ଛାଡି ଦେଇ ଅନ୍ୟ ଯାତ୍ରୀଙ୍କୁ ଧରି ଆଗକୁ ବଢିଥିଲା | ସେଠାରୁ ୧୦୮ଆମ୍ବୁଲାନ୍ସରେ ମିଥୁନ ମିଆଁ ପତ୍ନୀଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଜିଲ୍ଲା ଡାକ୍ତରଖାନାରେ ଫାତିମାଙ୍କ ଚିକିତ୍ସା କରୁଥିବା ଡାକ୍ତର ବର୍ଷା ଅଗ୍ରୱାଲ କହିଛନ୍ତି, “ମହିଳା ଜଣକ ବସରେ ଯାଆଁଳା ଶିଶୁ ଜନ୍ମ କରିସାରିଥିଲେ ଏବଂ ଏଠାକୁ ଆସିବା ପରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଅବସ୍ଥା ସ୍ଥିର କିନ୍ତୁ ସେ ଯାଆଁଳା ଶିଶୁଙ୍କୁ ହରାଇ ଏବେ ଭାଙ୍ଗି ପଡିଛନ୍ତି। ସେ ମାତ୍ର ୬ମାସର ଗର୍ଭବତୀ ଥିଲେ। ସେ ଅନ୍ୟ ଏକ ଜିଲ୍ଲାରୁ ଯାତ୍ରା କରି ଆସୁଥିବାରୁ ତାଙ୍କ ନମୁନା କୋଭିଡ -୧୯ ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯାଉଛି |

ସମ୍ବନ୍ଧିତ ଖବର