ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକାଠି ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ, ଘରକୁ ଫେରିବାକୁ ଜିଦ୍

ମୁମ୍ବାଇ : ଦେଶରେ କଲଡାଉନ ସମୟ ଆଉ ୧୯ ଦିନ ପାଇଁ ବୃଦ୍ଧି ହେବା ନେଇ ହତାସ ହୋଇପଡ଼ିଛନ୍ତି ମୁମ୍ବାଇରେ କାମ କରୁଥିବା ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗର ଶ୍ରମିକ । ଆଜି ହଜାର ହଜାର ଶ୍ରମିକ ମୁମ୍ବାଇର ବାନ୍ଦ୍ରା ଷ୍ଟେସନଠାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି । ସେମାନଙ୍କୁ ଘଉଡ଼େଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ ଆଜି ଲକଡାଉନ ସମାପ୍ତହୋଇ ଆସନ୍ତା କାଲିଠାରୁ ଟ୍ରେନ,ବସ ଆଦି ଚଳାଚଳ କରିବ ବୋଲି ସେମାନେ ଆଶା କରିଥିଲେ । କିନ୍ତୁ ଏହି ଆଶା ନିରାଶାରେ ପରିଣତ ହେବା ପରେ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଓ ବାନ୍ଦ୍ରା ଷ୍ଟେସନ ପାଖରେ ଏକତ୍ରିତ ହୋଇ ବିକ୍ଷେଭ ଆରମ୍ଭ କରିଦେଇଥିଲେ ।

ରାଜ୍ୟ ସରକାର ଓ ବିଭିନ୍ନ ଏନଜିଓ ମାନଙ୍କ ଦ୍ୱାରା ସେମାନଙ୍କୁ ଖାଦ୍ୟ ଆଶ୍ରୟ ଆଦି ଦିଆଯାଉଥିଲେ ମଧ୍ୟ ସେମାନେ ନିଜ ନିଜ ଘରକୁ ଫେରିବାକୁ ଜିଦ ଧରିଛନ୍ତି । ତେବେ ପୁଲିସ ଲାଠି ଚାର୍ଜ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ମହାରାଷ୍ଟ୍ର ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ହେଇଥିବାବେଳେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏହି ପରିସ୍ଥିତି ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ରକୁ ଦାୟୀ କରିଛନ୍ତି ।

ସମ୍ବନ୍ଧିତ ଖବର