କର୍ମସ୍ଥଳୀକୁ ଫେରୁଛନ୍ତି ପ୍ରବାସୀ; ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗରୁ ଆସୁଥିବା ଟ୍ରେନ୍ ସମ୍ପୂର୍ଣ୍ଣ ବୁକିଙ୍ଗ୍ ହେଉଛି: ରେଳବାଇ

ନୂଆଦିଲ୍ଲୀ: ଅଧିକସଂଖ୍ୟକ ପ୍ରବାସୀ ଶ୍ରମିକ ଥିବା ରାଜ୍ୟ ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଛାଡୁଥିବା ସ୍ବତନ୍ତ୍ର ରେଳଗୁଡ଼ିକରେ ଶତପ୍ରତିଶତ ବୁକିଂ ହେଉଛି ବୋଲି ଶୁକ୍ରବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ କହିଛନ୍ତି। ଏହାର ଅର୍ଥ ଲକ୍‌ଡାଉନ୍‌ କୋହଳ ହେଉଥିବାରୁ ପ୍ରବାସୀ ଶ୍ରମିକମାନେ ପୁଣି ସେମାନଙ୍କ କର୍ମସ୍ଥଳୀକୁ ଫେରୁଛନ୍ତି ଏବଂ ଏହା ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ନିମନ୍ତେ ଶୁଭଙ୍କର ବୋଲି ସେ କହିଛନ୍ତି।

ରେଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଜୁନ୍ ୨୬ ରୁ  ଜୁନ୍ ୩୦ ତାରିଖ ମଧ୍ୟରେ ପ୍ରବାସୀ ଶ୍ରମିକ ବହୁଳ ରାଜ୍ୟମାନଙ୍କରୁ ଛାଡୁଥିବା ସ୍ବତନ୍ତ୍ର ରେଳରେ ୧୦୦%ରୁ ଊର୍ଦ୍ଧ୍ବ ବୁକିଙ୍ଗ୍ ହେଉଛି। ରେଳବାଇ କହିଛି ଯେ, ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ଘରକୁ ବାହୁଡ଼ି ଯାଇଥିବା ପ୍ରବାସୀମାନେ ଲକ୍‌ଡାଉନ୍‌ କଟକଣା କୋହଳ ପୁଣି ସେମାନଙ୍କ କର୍ମସ୍ଥଳୀକୁ ଫେରୁଛନ୍ତି।

Image Courtesy of The Times of India

ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ମୁମ୍ବାଇ, ଅହମଦାବାଦ ଏବଂ ବାଙ୍ଗାଲୋର ଆସୁଥିବା ସ୍ପେସାଲ୍‌ ଟ୍ରେନ୍‌ ସବୁ ପରବର୍ତ୍ତୀ ଚାରି ଦିନ ପାଇଁ ୧୦୦%ରୁ ଅଧିକ ଯାତ୍ରୀ ବୁକ୍ କରିଛନ୍ତି। ଏହି ରୁଟ୍‌ରେ ଚଳାଚଳ କରୁଥିବା ଅନ୍ୟୂନ ୬୪ଟି ଟ୍ରେନ୍‌ରେ ଶତପ୍ରତିଶତ ବୁକିଙ୍ଗ୍ ହୋଇଛି। ଅନ୍ୟ ୧୧ଟି ଟ୍ରେନ୍‌ରେ ମଧ୍ୟ ୯୦% ବୁକିଙ୍ଗ୍ ହୋଇଛି।

ସମ୍ବନ୍ଧିତ ଖବର