୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମାଇକ ପେନ୍ସ

ୱାସିଂଟନ୍‌ : ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହୋଇଛନ୍ତି। ମାଇକ୍‌ ପେନ୍ସ ତାଙ୍କର ପୂର୍ବତନ ବସ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଚ୍ୟାଲେଂଜ କରିବେ। ୬୩ ବର୍ଷୀୟ ପେନ୍ସ ଆସନ୍ତା ବୁଧବାର ଠାରୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। ଆମେରିକାର ସଂଘୀୟ ନିର୍ବାଚନ କମିସନ୍‌ ନିକଟରେ ପେନ୍ସ ତାଙ୍କ ପେପର୍‌ ଦାଖଲ କରିଛନ୍ତି। ଗୁରୁବାର ଦିନ ପେନ୍ସ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ତେବେ ୨ ପୂର୍ବତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହେବା ଦ୍ବାରା ଆଗକୁ ଏକ ଅସାଧାରଣ ସ୍ଥିତି ସୃଷ୍ଟି ହେବ।

ସମ୍ବନ୍ଧିତ ଖବର