ଜାପାନ ଭୂକମ୍ପରେ ୩୭ ଜୀବନ ଯିବା ପରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ଠାରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଳୀର ଅନେକ ସ୍ଥାନରେ ଭୂକମ୍ପ ହୋଇଛି ବୋଲି ରାଜଧାନୀ ବାସିନ୍ଦା ଟୁଇଟର୍‌ରେ ଟୁଇଟ୍‌ କରିଛନ୍ତି। ଭାଗ୍ୟକୁ ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷତି ଘଟିନାହିଁ। ଏ ସଂପର୍କରେ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ଜାପାନଠାରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ଅପରାହ୍ନରେ ଦିଲ୍ଲୀଠାରେ ସମାନ୍ୟ ପ୍ରଭାବ ଦେଖିବାକୁ ମିଳିଛି। ଜାପାନ ଭୂକମ୍ପରେ ୩୭ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧିତ ଖବର