ଏକା ସମୟରେ କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ମୃଦୁ ଭୂକମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଝାଡ଼ଖଣ୍ଡର ଜାମସେଦପୁର ଏବଂ କର୍ଣ୍ଣାଟକର ହାମ୍ପିରେ ଦୁଇଟି ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି।

ସକାଳ ୬: ୫୫ରେ ଜାମସେଦପୁରରେ ୪.୭ ତୀବ୍ର ଭୂମିକମ୍ପ ହୋଇଥିବା କଥା ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ସିସ୍‌ମୋଲୋଜି ସୂତ୍ରରୁ ଜଣାପଡ଼ିଛି। ଠିକ୍ ସେତିକି ବେଳେ ହାମ୍ପିରେ ମଧ୍ୟ ୪. ୦ ତୀବ୍ରତାସମ୍ପନ୍ନ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ କିଛି କ୍ଷୟକ୍ଷତି ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିପାରି ନାହିଁ।

ସମ୍ବନ୍ଧିତ ଖବର