ଜାଣନ୍ତୁ ଏକ ଲିଟର ଇନ୍ଧନରେ କେତେବାଟ ଉଡ଼ିଥାଏ ବିମାନ

ବିଶ୍ୱର ଅନେକ ଲୋକ ବିମାନରେ ଯା-ଆସ କରନ୍ତି | ଏହାଛଡା ଆପଣ ବି ଆକାଶରେ ଉଡ଼ୁଥିବାବେଳେ ବିମାନକୁ ଦେଖିଥିବେ | କେବେ ଭାବିଛନ୍ତି ଆପଣଙ୍କ ମୋଟରସାଇକେଲ ଭଳି ଏକ ଲିଟର ଇନ୍ଧନରେ ବିମାନଟି କେତେବାଟ ଉଡ଼ିଥାଏ | ବିମାନର ମାଇଲେଜ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ବିମାନ ବିଶେଷଜ୍ଞ କହିବା ମୁତାବକ ଉଡ଼ାଜାହାଜ ସେକେଣ୍ଡ ପିଛା ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ | ଯଦି ବୋଇଙ୍ଗ-୭୪୭ କଥା କୁହାଯାଏ ତେବେ ଏକ ମିନିଟରେ ୨୪୦ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ | ଵୋଇଙ୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବୋଇଙ୍ଗ ୭୪୭ ବିମାନ ୧୦ ଘଣ୍ଟା ଉଡାଣ କରିବାକୁ ହେଲେ ୧ଲକ୍ଷ ୫୦ ହଜାର ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ | ଅର୍ଥାତ ବୋଇଙ୍ଗ ବିମାନ ଏକ କିଲୋମିଟର ଯିବା ପାଇଁ ୧୨ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ |

ତେବେ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନକୁ ୧ କିଲୋମିଟର ଯିବା ପାଇଁ ୧୨ ଲିଟର ଇନ୍ଧନ ବ୍ୟୟ କରିବାକୁ ପଡିଥାଏ | ସେହିପରି ୧୨ ଘଣ୍ଟା ଯାତ୍ରା ପାଇଁ ବିମାନ ପାଇଁ ୧୭୨୮୦୦ ଲିଟର ଇନ୍ଧନ ଆବଶ୍ୟକ ପଡେ | ଏହାକୁ ଯଦି ହିସାବ କରାଯାଏ ବ୍ୟକ୍ତି ପିଛା ଏକ କିଲୋମଟର ପାଇଁ ୦.୦୨୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ |

ସମ୍ବନ୍ଧିତ ଖବର