ମୁମ୍ବାଇ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ମିଲନ୍ଦ ଦେଓରା

ମୁମ୍ବାଇ: ମିଲନ୍ଦ ଦେଓରା ମୁମ୍ବାଇର କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନରେ ଦଳ ଦୟନୀୟ ଭାବେ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେଇଥିବା ହେତୁ ଏହା ଏବେ ଖୁବ୍‌ ଜୋର୍‌ ଚର୍ଚ୍ଚା ପାଲଟିଛି। ପୂର୍ବରୁ ମହାରାଷ୍ଟ୍ର ନିର୍ବାଚନ ପାଇଁ ୩ ଜଣିଆ କମିଟି ଗଠନ ପାଇଁ ମିଲିନ୍ଦ ପ୍ରସ୍ତାବ ଦେଇଥିଲେ।
ଦେଓରା କହିଛନ୍ତି କି ଗତ ଜୁନ୍‌ ୨୬ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ହିଁ ସେ ଇସ୍ତଫା ନିଷ୍ପତ୍ତି ନେଇଥିଲେ। ଅନୁମାନ ଲଗାଯାଉଛି କି ଦେଓରା ଦଳର ରାଷ୍ଟ୍ରୀୟ ଭୂମିକା ନିଭାଇବା ପାଇଁ ଦିଲ୍ଲୀ ଯାଇପାରନ୍ତି। ନିକଟରେ ଜୁଲାଇ ୩ ତାରିଖରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ପଦରୁ ଅଶୋକ ଚୌହ୍ଵାନ ଇସ୍ତଫା ଦେଇ ସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଦିଲ୍ଲୀରେ ନିର୍ବାଚନ ହୋଇପାରେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ କାର୍ଯ୍ୟକାଳ ୨୦୧୯ ନଭେମ୍ବର ୯ ତାରିଖରେ ଶେଷ ହୋଇଯିବ।

ସମ୍ବନ୍ଧିତ ଖବର