ପଞ୍ଜାବକୁ ପୁଣି ଫେରିବ କି ଆତଙ୍କବାଦ ?

ନୂଆଦିଲ୍ଲୀ : ନିକଟରେ ଜର୍ମାନୀରୁ ଗିରଫ ହୋଇଥିବା ଶିଖ ଫର ଜଷ୍ଟିସ (ଏସଏଫଜେ) ଆତଙ୍କବାଦୀ ଯଶବିନ୍ଦର ସିଂ ମୁଲତାନିକୁ ଜେରା ବେଳେ କେତେକ ସାଂଘାତିକ ଷଡ଼ଯନ୍ତ୍ରର ସୂଚନା ମିଳିଛି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ଏସଏଫଜେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାଯାଇଛି ।

ଲୁଧିଆନା କୋର୍ଟ ବିସ୍ଫୋରଣ ପାଇଁ ଭାରତର ତଦନ୍ତକାରୀ ସଂସ୍ଥା ଏନଆଇଏ କେତେକ ଖଲିସ୍ଥାନୀ ଗୋଷ୍ଠୀଙ୍କୁ ଅଭିଯୁକ୍ତ କରିଛି । ଏହି ମାମଲାରେ ମୁଲତାନୀକୁ ବି ଅଭିଯୁକ୍ତ କରାଯାଇଛି ।

ଭାରତ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ଯୁଦ୍ଧ ତଥା ପଂଜାବରେ ଆତଙ୍କବାଦକୁ ପୁଣି ଉଜାଗର କରିବା ଅଭିଯୋଗରେ ମୁଲତାନିକୁ ଗିରଫ କରାଯାଇଛି । ପଞ୍ଜାବରେ ଆତଙ୍କବାଦଙ୍କୁ ଆରମ୍ଭ କରିବା ପାଇ ଏସଏଫଜେ ପକ୍ଷରୁ ପାଣ୍ଠି ସଂଗ୍ରହ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଖରିଦ, ପଂଜାବକୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଚୋରାଚାଲାଣ ପାଇଁ ଶିଖ ଫର ଜଷ୍ଟିସ ଉଦ୍ୟମ କରୁଥିବା ଏନଆଇଏ ଜାଣିବାକୁ ପାଇଛି ।

ସୂଚନାଯୋଗ୍ୟ ଯେ, ଏକ ସ୍ବାଧୀନ ଖଲିସ୍ତାନ ରାଷ୍ଟ୍ର ଗଠନ ପାଇଂ ଶିଖ ଫର ଜଷ୍ଟିସ କାମ କରୁଛି । ଏହା ମୁଖ୍ୟତଃ ପାକିସ୍ତାନଠାରୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଉଛି । ସେହିପରି କାନାଡା ଓ ବ୍ରିଟେନରେ ଥିବା କେତେକ ସଂଗଠନ ମଧ୍ୟ ଏହାକୁ ସହାୟତା କରୁଛନ୍ତି ।

ସମ୍ବନ୍ଧିତ ଖବର