ଜମ୍ମୁ ଓ କଶ୍ମୀର: କୁପଓ୍ଵାଡ଼ାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁପ୍‌ଓ୍ଵାଡ଼ା ଜିଲ୍ଲାରେ ଗତ ରାତିରୁ ଆଜି ଯାଏଁ ନିରାପତ୍ତା ବଳଙ୍କ ସହ ଚାଲିଥିବା ଗୁଳି ବିନିମୟ ଘଟଣାରେ ଜଣେ ଅପରିଚିତ ଆତଙ୍କବାଦୀ ନିହତ ହୋଇଛି ବୋଲି ପୁଲିସ କହିଛି।

ଜଣେ ପୁଲିସ ଅଧିକାରୀ କହନ୍ତି: ଗୁଳି ବିନିମୟ ଯୋଗୁଁ ଏ ପର୍ଯ୍ୟନ୍ତ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଉତ୍ତର କଶ୍ମୀରର କୁପ୍‌ଓ୍ଵାଡ଼ା ଅନ୍ତର୍ଗତ ହଣ୍ଡଓ୍ଵାରା ଅରଣ୍ୟାଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ନିରାପତ୍ତା ବଳ କର୍ଡନ୍‌ ଓ ତଲାସ୍‌ ଅଭିଯାନ ଆରମ୍ଭ କରିବା ପରେ ଗତ ବିଳମ୍ବିତ ରାତ୍ରୀରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଏବେ ମଧ୍ୟ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର