ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ପୁଲିସ ପାର୍ଟି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ପୁଲିସ ଇନ୍ସପେକ୍ଟର ସହିଦ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନମାନେ ଯେଭଳି କାଣ୍ଡ ଘଟାଉଛନ୍ତି ତାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆଜି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି | ଆଜିର ଘଟଣା କହୁଛି ଯେ, ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆତଙ୍କବାଦୀମାନେ ଚ୍ୟାଲେଞ୍ଜ କରୁଛନ୍ତି ।

ଜମ୍ମୁ-କାଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀମାନେ ପୁଣି ଏକ ଆକ୍ରମଣ କରିଛନ୍ତି । ଏଥର ଆତଙ୍କବାଦୀମାନେ ସିଧାସଳଖ ପୁଲିସ ପାର୍ଟି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗରର ଖାନୟାର ଅଞ୍ଚଳରେ ହୋଇଛି । ଏହି ଆକ୍ରମଣରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ଏହାପରେ ସୁରକ୍ଷାବଳ ଆତଙ୍କବାଦୀମାନଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଶ୍ରୀନଗର ଜିଲ୍ଲାର ଖାନୟାର ଅଞ୍ଚଳରେ କିଛି ପୁଲିସ ଫୋର୍ସ ମୁତୟନ ଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ପୁଲିସ ଟିମ୍ ଉପରେ ହଠାତ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଜମ୍ମୁ-କଶ୍ମୀର ପୁଲିସର ଇନ୍ସପେକ୍ଟର ଅର୍ସିଦ ଅହମ୍ମଦ ଗୁରୁତର ହୋଇପଡିଥିଲେ । ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ଫେରାର୍ ହୋଇଯାଇଛନ୍ତି । ଏହି ସୂଚନା ପାଇବା ପରେ ଆଖପାଖ ଅଞ୍ଚଳରେ ନିୟୋଜିତ ଥିବା ସୁରକ୍ଷା ବଳ ସେଠାରେ ପହଂଚି ଆତଙ୍କବାଦୀଙ୍କୁ ଖୋଜିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର