ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ଯବାନ ସହିଦ, ୩ ଆହତ

ଶ୍ରୀନଗର: ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣଟି ଜମ୍ମୁକଶ୍ମୀରର ଲାବାପୋରା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଲାବାପୋରା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଲାବାପୋରା ଆଇଜି କହିଛନ୍ତି ଯେ, ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଆକ୍ରମଣ ସିଆରପିଏଫର ୭୩ତମ ବାଟାଲିୟନ ଉପରେ କରାଯାଇଛି।

श्रीनगर में CRPF टीम पर हमला
aajtak

ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳର ସୁରକ୍ଷା କଡ଼ାକଡ଼ି କରିବା ସହ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଘଟଣା ପରେ ଉକ୍ତ ଅଞ୍ଚଳରେ ଏକ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର