ପୁଲଓ୍ଵାମା ସ୍କୁଲ୍‌ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଗୁଳି ଚାଳନା କଲେ ସଶସ୍ତ୍ର ଆତଙ୍କବାଦୀ

ଶ୍ରୀନଗର:  କଶ୍ମୀରରେ ଘଟିଯାଇଛି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟଣା। ମଙ୍ଗଳବାର କିଛି ସଶସ୍ତ୍ର ଆତଙ୍କବାଦୀ ପୁଲଓ୍ଵାମାର ଏକ ସ୍କୁଲ୍‌ ପିଲାଙ୍କୁ ଟାର୍ଗେଟ କରି ଗୁଳି କରିଥିବା ସୂଚନା ରହିଛି।

ଅପରାହ୍ନ ପ୍ରାୟ ୩.୧୫ ସମୟରେ କିଛି ଅଜଣା ଆତଙ୍କବାଦୀ ଆସି ସ୍କୁଲ୍‌ରେ ନିୟୋଜିତ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ୬-୭ ରାଉଣ୍ଡ୍‌ ଗୁଳି ଚାଳନା କରିଥିଲେ।

The Indian Express

ଆକ୍ରମଣ  ପରେ ପୁଲିସ୍‌ ପ୍ରତିଜବାବ ଦେବା ସହ ସଂପୃକ୍ତ ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି। ଆକ୍ରମଣ ହୋଇଥିବା ଅଞ୍ଚଳରେ ସର୍ଚ ଅପରେସନ ଆରମ୍ଭ ହୋଇଛି।

ତେବେ, ଅନୁମାନ କରାଯାଉଛି ଯେ ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ପାକିସ୍ତାନର। ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନୀ ଆତଙ୍କବାଦୀମାନେ ଆଞ୍ଚଳିକ ନାଗରିକ ଓ ଟ୍ରକ୍‌ ଚାଳକଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବରୁ ବି ଅନେକ ଥର ସୀମାରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳ ପାଇଁ କିଛି ନୂଆ କଥା ନୁହେଁ।

ସମ୍ବନ୍ଧିତ ଖବର