ଆଲଜିଅର୍ସ: ଆଲଜେରିଆ ରାଜଧାନୀ ଆଲଜିଅର୍ସ ନିକଟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୨୫୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ମୁଖ୍ୟତଃ ପଶ୍ଚିମ ସାହାରା ପୋଲିସାରିଓ ସ୍ବାଧୀନତା ସଂଗ୍ରାମର ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି। ପ୍ରାଥମିକ ଭାବେ ମୃତ୍ୟୁସଂଖ୍ୟା ୧୦୦ ବୋଲି କୁହାଯାଇଥିଲେ ମଧ୍ୟ ପରେ ଏହା ୨୫୭ ବୋଲି ସ୍ପଷ୍ଟ ହୋଇଥିଲା।
ମିଳିଥିବା ସୂଚନା ମୁତାବକ ଆଲଜେରିଆ ସେନାର ଏହି ବିମାନରେ ପ୍ରାୟ ୨୫୦ରୁ ଅଧିକ ପଶ୍ଚିମ ସାହାରା ପୋଲିସାରିଓ ସ୍ବାଧୀନତା ସଂଗ୍ରାମର ସଦସ୍ୟ ଓ ସାମରିକ କର୍ମଚାରୀ ଥିଲେ ଓ ଏହା ପଶ୍ଚିମ ଆଲଜେରିଆ ସହର ବେଚାରକୁ ଯାଉଥିବାବେଳେ ଆଲଜିଅର୍ସ ନିକଟବର୍ତ୍ତି ବୌଫାରିକ ବିମାନଘାଟୀ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୫୭ ଜଣ ମରିଥିବା ଆଶଙ୍କା କରାଯାଉଥିବା ବେଳେ ଆଗକୁ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଆଲଜେରିଆର ସରକାରୀ ରେଡିଓ ଆଲଜରି-୨୪ର ରିପୋର୍ଟ ଅନୁସାରେ ଏହି ଇଲ୍ୟୁସିନ ଆଇଏଲ-୭୬ ବିମାନ ଉଡ଼ାଣ ଭରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ହୋଇଥିବା ସଂଦେହ କରାଯାଉଛି ।
Dozens reportedly killed after military plane crashes into a residential area in #Algeria pic.twitter.com/9F59j76kr9
— Press TV (@PressTV) April 11, 2018
ଆଜିର ଏହି ଦୁର୍ଘଟଣା ୨୦୦୩ରେ ହୋଇଥିବା ଏୟାର ଆଲଜରୀ ଜେଟ ଦୁର୍ଘଟଣା ପରେ ସର୍ବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ୨୦୦୩ରେ ହୋଇଥିବା ଏହି ଦୁର୍ଘଟଣାରେ ୧୦୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।