ବେଆଇନ ବାଲି ଖନନ ମାମଲା: ଇଡି ରୁଜୁ କଲା ମନି ଲଣ୍ଡ୍ରିଂ ମାମଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବେଆଇନ ବାଲି ଖନନ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି। ସିବିଆଇ ଅପରାଧିକ ମାମଲା ରୁଜୁ କରିଥିବା ବେଳେ ଏଥିରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖ‌ିଳେଶ ଯାଦବ ଏବଂ କିଛି ପ୍ରଶାସନିକ ଅଧିକାରୀଙ୍କ ଭୂମିକା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଜେରା କରିବାପାଇଁ ସମନ୍‌ କରାଯିବ ବୋଲି ଜଣାପଡ଼ିଛି। ସିବିଆଇ ଏହି ବେଆଇନ ବାଲି ଖନନ ମାମଲାରେ ଆଇଏଏସ୍‌ ଅଧିକାରୀ ବି ଚନ୍ଦ୍ରକଳା, ସମାଜବାଦୀ ପାର୍ଟି ସଦସ୍ୟ ରମେଶ କୁମାର ମିଶ୍ର ଏବଂ ସଞ୍ଜୟ ଦିକ୍ଷିତଙ୍କ ବିରୋଧରେ ଥିବା ଏଫ୍‌ଆଇଆର ଆଧାରରେ ୧୪ଟି ସ୍ଥାନରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର