ଜୟପୁର : ରାଜସ୍ଥାନର ଅଶୋକ ଗେହଲଟ ସରକାର ଶୁକ୍ରବାର ବିଧାନସଭାରେ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ବିଲ୍ ଗୃହୀତ କରାଇଛନ୍ତି। ଏହି ବିଲ୍ ଗୃହୀତ ହେବା ଫଳରେ ଲୋକଙ୍କ ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତାରେ ୧୫ ପ୍ରତିଶତ ବୃଦ୍ଧି ହେବ ଏବଂ ଲୋକଙ୍କୁ ବର୍ଷକୁ ୧୨୫ ଦିନର କାର୍ଯ୍ୟ ମିଳିବ। ମନରେଗା ଏବଂ ଇନ୍ଦିରା ଗାନ୍ଧି ସହରାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ଲୋକଙ୍କୁ ୧୨୫ ଦିନର କାମ ମିଳିବ। ଏଭଳି ବିଲ୍ ଗୃହୀତ କରାଇବାରେ ରାଜସ୍ଥାନ ଦେଶର ପ୍ରଥମ ଏବଂ ଏକମାତ୍ର ରାଜ୍ୟ ବୋଲି କୁହାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp