ଖଣି ମାଫିଆଙ୍କ ବର୍ବରତା: ଡିଏସପିଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କଲେ

ନୁହ(ହରିୟାଣା): ଡିଏସପିଙ୍କୁ ଟ୍ରକ ଚଢ଼ାଇ ମାରିଦେଲେ ଖଣି ମାଫିଆ। ହରିୟାଣାର ନୁହ ଜିଲ୍ଲାରେ ଖଣି ମାଫିଆଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଯାଞ୍ଚ ପାଇଁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ପଥର ବୋଝେଇ ଟ୍ରକ ଚଢ଼ାଇ ଖଣି ମାଫିଆମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ହିଁ ସୁରେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଡିଏସପି ସୁରେନ୍ଦ୍ର ଖନନ ବନ୍ଦ କରିବାକୁ ଯାଇଥିଲେ। ଯେତେବେଳେ ସେ ବେଆଇନ ପଥର ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲେ। ଘଟଣା ଘଟିବା ପରେ ନୁହର ଏସପି ଏବଂ ଆଇଜି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

हरियाणा के नूंह में खनन माफिया की दबंगई : DSP को डम्पर से कुचलकर मार डाला
ndtv

ପୁଲିସର କହିବା ମୁତାବକ, ଏହି ଘଟଣାଟି ନୁହ ଜିଲ୍ଲାର ତାବଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ପଚଗାଓଁର। ଡିଏସପି ସୁରେନ୍ଦ୍ର ସିଂ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ମଙ୍ଗଳବାର ଦିନ ୧୧ଟା ସମୟରେ ତାଙ୍କ ଟିମ ସହ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଟିମ୍ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଫଳରେ ଟ୍ରକର ଚକା ତଳେ ଚାପି ହୋଇଯିବାରୁ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର