ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ମନ୍ତ୍ରୀ ଗୋଷ୍ଠୀର ସୁପାରିଶ

ନୂଆଦିଲ୍ଲୀ: କରୋନା ଯୋଗୁଁ ରୋଜଗାର ହରାଇବା ପରେ ଗ୍ରାମକୁ ଫେରିଯାଇଥିବା ପ୍ରବାସୀମାନଙ୍କ ପକ୍ଷରୁ ପ୍ରଶିକ୍ଷିତ କରି ସ୍ଥାନୀୟ ସ୍ତରରେ ରୋଜଗାର ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ସୁପାରିଶ କରାଯାଇଛି । ଯେଉଁ ଶ୍ରମିକମାନେ ସହରର ହଟସ୍ପଟ ଜୋନମାନଙ୍କରେ ଫସି ରହିଛନ୍ତି ଏବଂ ରୋଜଗାର ହରାଇଛନ୍ତି, ସେମାନଙ୍କ ପାଇଁ ଦକ୍ଷତା ବିକାଶ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସୁପାରିଶରେ କୁହାଯାଇଛି । ଯାହାଦ୍ୱାରା କରୋନା ମହାମାରୀ ଶେଷ ହେବା ପରେ ସେମାନଙ୍କୁ ଭଲ ସୁଯୋଗ ମିଳିପାରିବ ।

ଗ୍ରାମୀଣ କ୍ଷେତ୍ରରେ ଶ୍ରମିକମାନଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ କୁହାଯାଇଛି । କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସୁପାରିଶରେ ଜାତୀୟ ସ୍ତରରେ ଗୋଟିଏ ପୋର୍ଟାଲ ଖୋଲାଯିବା ପାଇଁ କୁହାଯାଇଛି, ଯେଉଁଥିରେ ବେରୋଜଗାର ଶ୍ରମିକମାନଙ୍କର ପଂଜୀକରଣ କରାଯାଇପାରିବ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ନିକଟରେ ସାମାଜିକ ନ୍ୟାୟ ମନ୍ତ୍ରୀ ଥାବର ଚନ୍ଦ୍ର ମୋହଲତଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ମନ୍ତ୍ରୀ ଗୋଷ୍ଠୀ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ବିଭିନ୍ନ ମନ୍ତ୍ରଣାଳୟମାନଙ୍କ ପାଖରୁ ସୁପାରିଶ ଲୋଡ଼ିଥିଲା । ଯେଉଁ ଶ୍ରମିକମାନେ ଆଗାମୀ ଦିନମାନଙ୍କରେ ପୁଣି ଥରେ ରାଜ୍ୟ ବାହାରକୁ ଶ୍ରମ ପାଇଁ ଯିବାକୁ ଚାହାନ୍ତି ସେମାନଙ୍କର ପାଇଁ ମଧ୍ୟ କୁହାଯାଇଛି । ସୁପାରିଶରେ ବଡ଼ ସଂଖ୍ୟାରେ ନିର୍ମାଣ କ୍ଷେତ୍ରରେ ଜଡ଼ିତ ଥିବା ଶ୍ରମିକମାନେ ଗାଁକୁ ଫେରିଆସିବାର କୁହାଯାଇଛି ।

ସମ୍ବନ୍ଧିତ ଖବର