ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ ହୋଇଛି ରାସ୍ତା: ମନ୍ତ୍ରୀ

ଧମତରି: ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଛତିଶଗଡ଼ର ଅବକାରୀ ମନ୍ତ୍ରୀ କବାସୀ ଲଖମା ପୁଣି ଥରେ ନିଜ ବୟାନକୁ ନେଇ ବିବାଦରେ ପଡିଯାଇଛନ୍ତି | ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ନିଜ ବିଧାନସଭା କ୍ଷେତ୍ର କୋନ୍ତାର ତୁଳନା ଅଭିନେତ୍ରୀ ତଥା ଭାଜପା ସାଂସଦ ହେମା ମାଳିନୀଙ୍କ ଗାଲ ସହ କରିଛନ୍ତି | ସେ କହିଥିଲେ ଯେ କୋନ୍ତାର ସଡକ ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ ହୋଇଛି | ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି |

ବିଜେପି ପକ୍ଷରୁ କୁହାଯାଇଛି ଯେ ଏହା କଂଗ୍ରେସର ସଂସ୍କାର | କବାସୀ ମଙ୍ଗଳବାର ଦିନ ପଟ୍ଟା ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଏଠାରେ ସେ ହେମା ମାଳିନୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ |

ଏଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ | ନିଜର ବିଧାନସଭା କ୍ଷେତ୍ର ଓ କୁର୍ଦ୍ଧ ବିଧାନସଭା କ୍ଷେତ୍ର ମଧ୍ୟରେ ତୁଳନା କରି ସେ କହିଥିଲେ ଯେ କୁର୍ଦ୍ଧରେ ରାସ୍ତାଗୁଡିକ ଖାଲ ଖମାରେ ଭର୍ତ୍ତି ହୋଇଥିବାବେଳେ କୋନ୍ତାରେ କିନ୍ତୁ ରାସ୍ତା ଗୁଡିକ ହେମାଙ୍କ ଗାଲ ପରି ଚିକ୍କଣ ହୋଇପାରିଛି |

ସମ୍ବନ୍ଧିତ ଖବର