ନୂଆଦିଲ୍ଲୀ: କ’ଣ ଏଣିକି ଉଚ୍ଚଜାତିର ଗରିବ ଲୋକମାନଙ୍କୁ ବି ସଂରକ୍ଷଣ ସୁବିଧା ମିଳିବ? କଣ ଅନୁସୂଚିତ ଜାତି ଓ ଜନଜାତିଙ୍କ ପରି ବ୍ରାହ୍ମଣ ବା କ୍ଷତ୍ରିୟମାନେ ମଧ୍ୟ ସଂରକ୍ଷଣ ପାଇପାରିବେ ? ଏପରି ପ୍ରସଙ୍ଗ ଉପରେ ଏବେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରରେ ଶାସନାଧିନ ଏନଡିଏର କେତେକ ସହଯୋଗୀ ଦଳ ଏ ନେଇ ଦାବି ଉଠାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକ ଜନଶକ୍ତି ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନ କହିଛନ୍ତି ଯେ ଉଚ୍ଚଜାତିର ଲୋକମାନଙ୍କୁ ଶିକ୍ଷା ଓ ଚାକିିରି କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯାଉ । ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକମାନେ ସଂରକ୍ଷଣ ସୁବିଧା ପାଉଥିବାବେଳେ ଉଚ୍ଚବର୍ଗର ଗରିବ ଲୋକେ ଏପରି ସୁବିଧା ପାଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଅଛି । ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ଅନେକ ଅନୁଭବ କରୁଛନ୍ତି । ଏଥିଲାଗି ୧୫ ପ୍ରତିଶତ ସଂରକ୍ଷଣ ଦିଆଯାଉ ବେଲି ସେ କହିଛନ୍ତି । ତେବେ ଏହା ତାଙ୍କ ଦଳର ମତ ଏହା ସରକାରଙ୍କ ମତ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।
ଏନଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟ ସିଂ ମଧ୍ୟ ଅନୁରୂପ ଦାବି କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଉଚ୍ଚ ବର୍ଗର ଅନେକ ଲୋକ ଗରିବ ଅଛନ୍ତି । ସେମାନଙ୍କ ଆକଳନ ପାଇଁ ସରକାର ଏକ କମିଶନ ଗଠନ କରିବା ଆବଶ୍ୟକ । ଏହି କମିଶନ ନିଜର ସୁପାରିଶ ସରକାରଙ୍କୁ ଦେବା ପରେ ସରକାର ପରବର୍ତ୍ତି ସମୟରେ ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ ।