ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ଯୋଗୀ ସରକାର

ଲଖନଉ: ଉତ୍ତରପ୍ରଦେଶର ଯୋଗୀ ସରକାର ଆଜି କ୍ୟାବିନେଟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ । କୁହାଯାଉଛି ଏଥିରେ କିଛି ନୂଆ ମୁହଁ ଦେଖିବାକୁ ମିଳିପାରେ । ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ପୂର୍ବରୁ ସରକାରଙ୍କ ୫ ଜଣ ମନ୍ତ୍ରୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି| କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ମନ୍ତ୍ରୀ ପଦରୁ ସ୍ୱତନ୍ତ୍ର ଦେବ ସିଂହ, ରାଜେଶ ଅଗ୍ରୱାଲ, ଧର୍ମପାଳ ସିଂହ, ଅନୁପମା ଜୟସ୍ୱାଲ ଓ ଅର୍ଚ୍ଚନା ପାଣ୍ଡେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଇସ୍ତଫା ପତ୍ରଗୁଡ଼ିକୁ ଗ୍ରହଣ କରିଛନ୍ତି । ଯୋଗୀଙ୍କ କ୍ୟାବିନେଟ ସଂପ୍ରସାରଣ ବୁଧବାର ପୂର୍ବାହ୍ଣ ୧୧ଟାରେ ହେବ । ସୂତ୍ର ଅନୁସାରେ ଯୋଗୀ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କରିସାରିଛନ୍ତି ।

କୁହାଯାଉଛି ୧୫ ଜଣ ନୂଆ ଚେହେରାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ | ମୁଜାଫରନଗରର ବିଧାୟକ କପିଳ ଦେବ ଅଗ୍ରୱାଲ, ବୁଲନ୍ଦସହର ଶିକାରପୁରର ବିଧାୟକ ଅନିଲ ଶର୍ମା, ଫତେହପୁର ସିକ୍ରିର ବିଧାୟକ ଉଦୟ ଭାନ ସିଂ ପ୍ରମୁଖଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର