ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ

ଗୋରଖପୁର/ ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ବିକାଶ ଉପରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ଯେମିତି କହିଛନ୍ତି ଯେ ଯେତେବେଳେ ବି ସମାଜ ପାଇଁ କ୍ଷତିକାରକ, ଅନ୍ୟାୟ ଓ ଅତ୍ୟାଚାରୀ ଲୋକଙ୍କର ପ୍ରଭାବ ବଢିଥାଏ, ସେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜକୁ ଅବତାରିତ କରିଥାନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଯୋଗୀ ଜୀ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୁଷ୍ଟ ଶକ୍ତି ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ସୋମବାର ଗୋରଖପୁରରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ୧୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ଖୁବ୍‌ ଶୀଘ୍ର ସବୁଠାରୁ ସମୃଦ୍ଧ ରାଜ୍ୟ ଭାବେ ଉଭା ହେବ। ଦାରିଦ୍ର୍ୟ ଦୂରୀକରଣ ଏବଂ ଜନକଲ୍ୟାଣ ସୁନିଶ୍ଚିତ କରିବା ପାଇଁ ‘ରାମରାଜ୍ୟ’ ପ୍ରତିଷ୍ଠା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଉତ୍ତର ପ୍ରଦେଶରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣ, ନିର୍ମାଣାଧୀନ ଏବଂ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର