ଜାଣନ୍ତୁ, କାହିଁକି ସଙ୍ଗରେ ଲେମ୍ବୁ ଓ ଶ୍ରୀଫଳ ଧରି ରାଫେଲ ଗ୍ରହଣ କରିବାକୁ ଯାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ସର୍ବପ୍ରଥମ ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲକୁ ଆଜି ଫ୍ରାନ୍ସରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତେବେ, ସୁଦୂର ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ରାଫେଲ ବିମାନକୁ ଗ୍ରହଣ କରିଥିଲେ, ସେତେବେଳେ ସେଠାରେ ଦେଖିବାକୁ ମିଳିଥିଲା ଭାରତୀୟ ପରମ୍ପରାର ଝଲକ୍‌।

ରାଫେଲ ବିମାନକୁ ଗ୍ରହଣ କରିବାକୁ ଯିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଙ୍ଗରେ ଲେମ୍ବୁ ଓ ଶ୍ରୀଫଳ (ନଡ଼ିଆ) ସହ ନାଲି ସାଲୁକନା ଧରି ଯାଇଥିଲେ।

ରାଫେଲ ବିମାନ ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତା’ ଉପରକୁ ଚଢ଼ିବା ସହ ବିମାନର ଶସ୍ତ୍ର ପୂଜା କରିଥିଲେ। ପରେ ବିମାନରେ ନାଲି ସାଲୁକନା ସହ ଶ୍ରୀଫଳ ବାନ୍ଧିବା ସହ ବିମାନର ଚାରିଚକ ତଳେ ୪ଟି ଲେମ୍ବୁକୁ ସିନ୍ଦୂର ଲଗାଇ ଥୋଇବା ସହ ତା’ ଉପରେ ବିମାନ ଚଢ଼ାଇ ଥିଲେ। ଲେମ୍ବୁ ଉପରେ ରାଫେଲ ଚଢ଼ିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ବିମାନ ସମ୍ମୁଖରେ ନଡ଼ିଆ ପିଟି ଭାଙ୍ଗିବା ସହ ନଡ଼ିଆ ପାଣିକୁ ରାଫେଲ ବିମାନ ଉପରେ ଛିଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ହେଉଛି ପବିତ୍ର ଦଶହରା। ଦଶହରା ଅବସରରେ ଭାରତର ପ୍ରତି ଘରେ ଘରେ ଏହି ବିଧିରେ ଓ ଏହି ପ୍ରକାରେ ଶସ୍ତ୍ର ଓ ଗାଡ଼ି ପୂଜା କରିବା ହେଉଛି ଏକ ବିଧି ଓ ପରମ୍ପରା। ସୁଦୂର ଫ୍ରାନ୍ସରେ ବି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ରାଫେଲ ବିମାନକୁ ଗ୍ରହଣ କରିଥିଲେ, ସେତେବେଳେ ସେଠାରେ ଦେଖିବାକୁ ମିଳିଥିଲା ଏହି ମହାନ୍‌ ଭାରତୀୟ ପରମ୍ପରାର ଝଲକ୍‌।

ସମ୍ବନ୍ଧିତ ଖବର