ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପାଦରେ ମାସ୍କ ପିନ୍ଧିଛନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ପରିସ୍ଥିତି କ’ଣ ହୋଇଛି ତାହା ସମସ୍ତଙ୍କୁ ଜଣା। କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ଲକଡାଉନ, ସଟଡାଉନ ଭଳି ନିୟମ ଜାରି କରିଥିବା ବେଳେ ଟିକାକରଣକୁ ବୃଦ୍ଧି କରିଛନ୍ତି। ଏସବୁ ‌ସତ୍ତ୍ବେ ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି।

ଏଭଳି ସମୟରେ ଉତ୍ତରାଖଣ୍ଡର ମନ୍ତ୍ରୀ ଯତିଶ୍ୱରାନନ୍ଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ସହ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ କେତେଜଣ ମନ୍ତ୍ରୀ ଚୌକିରେ ବସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ଏହି ବୈଠକରେ ମନ୍ତ୍ରୀ ଯତିଶ୍ୱରାନନ୍ଦ ରାଜ୍ୟ କୃଷି ମନ୍ତ୍ରୀ ସୁବୋଧ ଉନିୟାଲ ଓ ବିଶନ ସିଂହ ଚୁକାଲଙ୍କ ସହ ବସି ଆଲୋଚନା କରୁଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ବୈଠକରେ କୌଣସି ମନ୍ତ୍ରୀ ମୁହଁରେ ସଠିକ ଭାବେ ମାସ୍କ ପିନ୍ଧି ନଥିଲେ। କେବଳ ଏତିକି ନୁହେଁ ମନ୍ତ୍ରୀ ଯତିଶ୍ୱରାନନନ୍ଦ ତ ମୁହଁର ମାସ୍କକୁ ଆଣି ପାଦରେ ପିନ୍ଧିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର