ଆସନ୍ତାକାଲି ଠାରୁ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଫିସ୍ ଯାଇ ପାରନ୍ତି!

ନୂଆଦିଲ୍ଲୀ: ସୋମବାର ଠାରୁ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟକୁ ଯିବେ। ସେମାନଙ୍କୁ କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଏକ ତୃତୀୟାଂଶ କନିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଫିସ ଯିବାକୁ ଅନୁମତି ଦିଆଯିବ। କିନ୍ତୁ, ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ। ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନ ଥିଲେ ମଧ୍ୟ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ପରିବହନ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ (ଯୁଗ୍ମ ସଚିବସ୍ତରୀୟ କିଂବା ତାହା ଠାରୁ ଉପର ସ୍ତରର) ସୋମବାର ଠାରୁ କାର୍ଯ୍ୟକୁ ଆସନ୍ତୁ ବୋଲି ସରକାର ଚାହୁଁଛନ୍ତି।

ସରକାରଙ୍କର ଏ ଭଳି ପଦକ୍ଷେପ କ୍ରମଶଃ ଲକଡାଉନ ଉଠାଇ ସ୍ବାଭାବିକତା ଫେରାଇ ଆଣିବାର ଉଦ୍ୟମ ବୋଲି କୁହାଯାଉଛି। କିନ୍ତୁ, ଘରୋଇ କ୍ଷେତ୍ର ନିମନ୍ତେ ଏ ଭଳି କଟକଣାଯୁକ୍ତ ଅନୁମତି ଦେବା କଥା ନିଷ୍ପତ୍ତି ହୋଇନାହିଁ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ଖୋଲିବାକୁ ସରକାର ଚାହୁଁଥିବା ବେଳେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ କାରଖାନା ଖୋଲିବା ନିମନ୍ତେ ଏଯାବତ୍ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

Image Source: DW

କେତେକ କଟକଣା ଲାଗୁ କରାଯାଇ ଖୋଲା ରହିଥିବା ମନ୍ତ୍ରାଳୟଗୁଡ଼ିକ କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ନ ମେଣ୍ଟିବାଯାଏଁ  ସ୍ବାଭାବିକ ଭାବେ ପୂର୍ବଭଳି ଚାଲି ପାରିବ ନାହିଁ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି କି, ଟିକା ଉଦ୍ଭାବନ ନ ହେବା ଯାଏଁ କିଛି ମାସ ପର୍ଯ୍ୟନ୍ତ ମନ୍ତ୍ରାଳୟଗୁଡ଼ିକ ଏହି ପରି ଚାଲିବ।

 

ସମ୍ବନ୍ଧିତ ଖବର