କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଅଫିସ୍‌ ଆସି କାମ ଆରମ୍ଭ କଲେ ମନ୍ତ୍ରୀ ଓ ଅମଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦେଶକ୍ରମେ ଆଜି କେତେକ ମନ୍ତ୍ରୀ ଓ ସରକାରୀ କର୍ମଚାରୀ ପୁନର୍ବାର ଅଫିସ୍ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର, ରସାୟନ ଓ ସାରମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼, ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପଶୁ ପାଳନମନ୍ତ୍ରୀ ଗିରିରାଜ ସିଂହ ଏବଂ କ୍ରୀଡ଼ା କିରେନ ରିଜିଜୁ ଆଜି ସେମାନଙ୍କ ଡିୟୁଟିକୁ ଫେରିଛନ୍ତି।

Image Source: Hindustan Times

ମାସ୍କ୍‌ ପରିଧାନ କରି ଆସିଥିବା ମନ୍ତ୍ରୀ କିରେନ୍ ରିଜିଜୁ ଏସ୍‌ଏଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ ହାତ ସାନିଟାଇଜ୍‌ କରିଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି ଯେ କାମ ଚାଲୁ କରିବାକୁ ମନ୍ତ୍ରାଳୟ ଆଜି ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିଛି। ଆମେ ସାମାଜିକ ଦୂରତ୍ବ, ମାସ୍କ୍‌ ପରିଧାନ ଏବଂ ଶରୀରର ଉତ୍ତାପ ମାପିବା ଭଳି ନିୟମ ପାଳନ କରୁଛୁ।

Image Source: Hindustan Times

ସମସ୍ତ ମନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଥର୍ମାଲ୍ ସ୍କାନିଙ୍ଗ୍ କରାଯିବା ପରେ ଅଫିସ୍ ମଧ୍ୟକୁ ଛଡ଼ାଯାଇଥିଲା। ଫାଟକ ନିକଟରେ ମନ୍ତ୍ରୀ ଓ ଅଧିକାରୀମାନଙ୍କର ଯାନବାହନ ସାନିଟାଇଜ୍ କରାଯାଇଥିଲା।

 

ସମ୍ବନ୍ଧିତ ଖବର