ମନ୍ତ୍ରୀଙ୍କ ମାନବିକତା: ଗୁରୁତରଙ୍କୁ ମେଡିକାଲ ନେଲେ

ଲକ୍ଷ୍ନୌ: ମନ୍ତ୍ରୀ ଦେଖାଇଲେ ମାନବିକତା । ଘଟଣା ଏମିତି ଖୋଦ ମନ୍ତ୍ରୀ ନିଜେ ଗାଡ଼ିରୁ ଓହ୍ଲାଇ କରିଲେ ସାହାର୍ଯ୍ୟ । ୟୁପି ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦୀ ଝାନ୍ସିରୁ ଲକ୍ଷ୍ନୌକୁ ଫେରୁଥିବା ସମୟରେ ମଝି ରାସ୍ତାରେ କାରରୁ ଓହ୍ଲାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯୁବକଙ୍କ ନିକଟରେ ପହଞ୍ଚିଲେ । ବୁଧବାର ଦିନ ଝାନ୍ସିରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଲକ୍ଷ୍ନୌକୁ ଫେରୁଥିବା ବେଳେ ମନ୍ତ୍ରୀ ନନ୍ଦୀ ଗୋପାଳ ନନ୍ଦୀ ରାସ୍ତାରେ ଯାଉଥିବା ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କ ଗାଡିକୁ ଅଟକାଇଥିଲେ ।

କାରରୁ ଓହ୍ଲାଇ ସୁରକ୍ଷା କର୍ମୀଙ୍କ ସହାୟତାରେ ରାସ୍ତା କଡ଼ରେ ପାଣିରେ ପଡ଼ିଯାଇଥିବା ଆହତ ଯୁବକଙ୍କୁ ଉଠାଇ ନେଇ ପୋଲିସର ଏସ୍କର୍ଟ କାରରେ ବସାଇ ମେଡିକାଲ କଲେଜକୁ ପଠାଇଥିଲେ । ଝାନ୍ସି ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ମୋବାଇଲରେ କଥା ହେବା ପରେ ଆହତ ଯୁବକଙ୍କ ଉନ୍ନତ ଚିକିତ୍ସା ପାଇଁ ନନ୍ଦୀ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣା ଘଟିଥିବା ରାସ୍ତା ବର୍ଷା ପାଣିରେ ବୁଡ଼ି ଯାଇଥିଲା, ଯେଉଁଥିପାଇଁ ମୋଟରସାଇକେଲରୁ ପଡ଼ି ଯୁବକ ଜଣକ ଦୁର୍ଘଟଣାର ଶିକାର ହୋଇଥିଲେ । ଝାନ୍ସିରୁ ଲକ୍ଷ୍ନୌକୁ ଫେରୁଥିବା ସମୟରେ ଆହତ ଯୁବକଙ୍କୁ ଦେଖି ମନ୍ତ୍ରୀ ନନ୍ଦୀ ତାଙ୍କୁ ବଞ୍ଚାଇବାରେ ଆଦୌ ବିଳମ୍ବ କରିନଥିଲେ ।

ସମ୍ବନ୍ଧିତ ଖବର