ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିମାନ କମ୍ପାନୀଙ୍କୁ ତାଗିଦ, ମନ ଇଛା ଭଡା ବଢାଅ ନାହିଁ

ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମ୍ପୂର୍ଣ୍ଣ ଆକ୍ସନ ମୁଡ଼ରେ ଅଛନ୍ତି କେନ୍ଦ୍ର ସରକାର | ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ୟ ରାଜ୍ୟକୁ ଯାଉଥିବା ବିମାନ ବା ଅନ୍ୟ ରାଜ୍ୟରୁ ଆସୁଥିବା ବିମାନର ଭଡା ଅଚାନକ ନ ବଢାଯାଉ | କୌଣସି ବିମାନ କମ୍ପାନୀ ଯେଭଳି ଦୁର୍ଘଟଣାକୁ ଦେଖି ଭଡା ନ ବଢ଼ାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି |

ଅନ୍ୟପଟେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଚିଠି ଲେଖି ଜଣାଇଛନ୍ତି ଯେ ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । ପ୍ରଭାବିତ ଶିଶୁ-କିଶୋରଙ୍କ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ୭ ଦିନ ଭିତରେ ଏ ବାବଦରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର