ଅରୁଣାଚଳ ପ୍ରଦେଶ ସୀମାରେ ଜମି ଅଧିଗ୍ରହଣ କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ଚୀନ୍‌ ସହ ଲାଗି ରହିଥିବା ସୀମା ବିବାଦ ଯୋଗୁଁ ଅରୁଣାଚଳ ପ୍ରଦେଶରେ ଏକ ବିଶାଳ ସୈନ୍ୟ ଶିବିର ସ୍ଥାପନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏଲ୍‌ଏସିଠାରୁ ୩୦ କିମି ଦୂର ପଶ୍ଚିମ ସିଆଙ୍ଗ ଜିଲ୍ଲାର ୟୋର୍ନି ଗ୍ରାମରେ ଜମି ଅଧିଗ୍ରହଣ ହୋଇଛି। ଏହି ଗ୍ରାମର ୧୫୦ ବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଏବଂ ଥଇଥାନ କରାଯିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର