ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ହ୍ବାଟସଆପ ଆପ୍ ସିଇଓ ୱିଲ୍ କ୍ୟାଥକାର୍ଟଙ୍କୁ ନୂଆ ପ୍ରାଇଭେସି ପଲିିିସିକୁ ପ୍ରତ୍ୟାହାର କରିବାକୁ କହିଛନ୍ତି। ପ୍ରଥମେ ଫେବ୍ରୁଆରି ୮ମଧ୍ୟରେ ନୂଆ ପ୍ରାଇଭେସି ପଲିିିସିକୁ ଗ୍ରହଣ କରିବାର ଶେଷ ତାରିଖ ଥିବା ବେଳେ ବିବାଦ ଦେଖାଦେବାରୁ କମ୍ପାନି ଏହାକୁ ମେ’୧୬କୁ ବଢ଼ାଇଦେଇଛି। ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଏସବୁ ମଧ୍ୟରେ ନୂଆ ପ୍ରାଇଭେସି ପଲିିିସିକୁ ଲାଗୁ ନକରି ପ୍ରତ୍ୟାହାର କରିବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଚିଠି ଲେଖିଥିବା ଜଣାପଡ଼ିଛି।
ଚିଠିରେ ବ୍ୟବହାରକାରୀଙ୍କ ସହ ଜଡିତ ତଥ୍ୟର ସୁରକ୍ଷା ଉପରେ ମନ୍ତ୍ରାଳୟ ପ୍ରଶ୍ନ କରିଛି ଏବଂ କହିଛି ଯେ ବ୍ୟବସାୟ ଆକାଉଣ୍ଟର ଚାଟ୍ ଡାଟା ସେୟାର କରିବା ଦ୍ବାରା ଫେସବୁକର ଅନ୍ୟ କମ୍ପାନିଗୁଡିକ ଉପଭୋକ୍ତାମାନଙ୍କ ବିଷୟରେ ସମସ୍ତ ସୂଚନା ପାଇପାରିବେ। ଏହା ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ହ୍ବାଟସଆପ ଆପର ନୂଆ ପ୍ରାଇଭେସି ପଲିିିସି ଅନୁଯାୟୀ, ଦିଆଯାଇଥିବା ସର୍ତ୍ତରେ ସହମତ ହୁଅ ନଚେତ୍ ଏହାକୁ ବ୍ୟବହାର କରିବା ବନ୍ଦ କର। ଏଭଳି ସର୍ତ୍ତ ପାଇଁ ଉପଭୋକ୍ତାମାନେ ନୂତନ ସର୍ତ୍ତାବଳୀ ଗ୍ରହଣ କରିବାକୁ ବାଧ୍ୟ ହେବେ। କାରଣ ଏଥିରେ, ଉପଭୋକ୍ତାମାନଙ୍କର ମନା କରିବାର କୌଣସି ବାଟ ନାହିଁ ବୋଲି ଲେଖିବା ସହ ସୁପ୍ରିମକୋର୍ଟଙ୍କ ୨୦୧୭ରାୟରେ ଆସିଥିବା ଗୋପନୀୟତା ନିୟମ ବିଷୟରେ ମଧ୍ୟ ହ୍ବାଟସଆପକୁ ଅବଗତ କରାଇଛି ମନ୍ତ୍ରାଳୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-133.jpg)