ବିଦେଶରୁ ସ୍ବଦେଶ ଫେରିବାକୁ ଭାରତୀୟମାନେ ନାମ ପଞ୍ଜିକରଣ ପାଇଁ ତତ୍ପର ହେବାରୁ କ୍ରାସ୍ କରିଗଲା ମନ୍ତ୍ରାଳୟ ୱେବ୍‌ସାଇଟ୍

ନୂଆଦିଲ୍ଲୀ: ବିଦେଶରେ ଥିବା ଭାରତୀୟ ନାଗରିକମାନେ ସ୍ବଦେଶ ଫେରିବାକୁ ନାମ ପଞ୍ଜିକରଣ କରିବାକୁ ଉଚ୍ଛନ୍ନ ହେବାରୁ ବୁଧବାର ଦିନ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ୱେବ୍‌ସାଇଟ୍ କ୍ରାସ୍ କରିଯାଇଥିଲା। ବିମାନ ଓ ନୌସେନା ଜାହାଜରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ୧୨ଟି ଦେଶରୁ ପ୍ରାୟ ୧୫ ହଜାର ଭାରତୀୟ ଏହି ୱେବ୍‌ସାଇଟ୍‌ରେ ନାମ ପଞ୍ଜିକରଣ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବାକୁ ମଙ୍ଗଳବାର ଦିନ ଦୁଇଟି ଜାହାଜ ମାଳଦ୍ବୀପ ଓ ଉପସାଗରୀୟ ଦେଶକୁ ଯାତ୍ରା କରିଛି। ମାଳଦ୍ବୀପରୁ ପ୍ରାୟ ୧୦୦୦ ଭାରତୀୟ ନାଗରିକ ଫେରିବେ।

Image Source: NDTV

ୟୁନାଇଟେଡ୍ ଆରବ ଏମିରେଟ୍‌ସ୍‌ରେ ଥିବା ୩ ନିୟୁତରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ଗୁରୁବାର ଠାରୁ ୬୪ଟି ବିମାନ ପଠାଇବ। ଗୁରୁବାର ଦିନ କତାରରୁ କେରଳ ଆସିବାକୁ ନିର୍ଦ୍ଧାରିତ ହୋଇଥିବା ଏକ ବିମାନର ଯାତ୍ରାକୁ କୌଣସି କାରଣ ଯୋଗୁଁ ଶନିବାର ଯାଏଁ ସ୍ଥଗିତ ରଖାଯାଇଛି।

ଉପସାଗରୀୟ ଅଞ୍ଚଳରୁ ସମୁଦାୟ ୨୬ଟି ବିମାନ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବ। ଅନ୍ୟ ବିମାନଗୁଡ଼ିକ ଦକ୍ଷିଣପୂର୍ବ ଏସିଆ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତୀୟମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଇ ଆଣିବ।

ବିଦେଶରେ ଥିବା ପ୍ରାୟ ୨ ଲକ୍ଷ ଭାରତୀୟ ନାଗରିକ ସ୍ବଦେଶ ଫେରିବା ନିମନ୍ତେ ନାମ ପଞ୍ଜିକରଣ କରିସାରିଥିବା କଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଏହି ସଂଖ୍ୟା ଦୁଇଗୁଣ ହୋଇ ପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର