କାଶ୍ମୀରର ବାନ୍ଦିପୋରାରେ ବାଳକକୁ ପଣବନ୍ଦୀ ରଖିଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ବାନ୍ଦିପୁରା ଜିଲ୍ଲା ହିଜିନଠାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଚାଲିଥିବା ଏନକାଉଣ୍ଟର ଏକ ନାଟକୀୟ ତଥା ଜଟିଳ ମୋଡ ନେଇଛି । ଆତଙ୍କବାଦୀମାନେ ୨ଜଣ ସାଧାରଣ ଲୋକଙ୍କୁ ପଣବନ୍ଦୀ ରଖିଛନ୍ତି । ଏହି ୨ ଜଣଙ୍କ ମଧ୍ୟରେ ଏକ ନାବାଳକ ମଧ୍ୟ ରହିଛି । ଏ ସଂପର୍କରେ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ ସାଧାରଣ ଲୋକମାନଙ୍କୁ ଉଦ୍ଧାର ପାଇଁ ସୁରକ୍ଷାବାହିନୀ ପ୍ରୟାସ ଚଳାଇଛି । ଇତି ମଧ୍ୟରେ ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିବାବେଳେ ନାବାଳକଟି ଏପର୍ଯ୍ୟନ୍ତ ପଣବନ୍ଦୀ ହୋଇ ରହିଛି । ଆଜି ସକାଳଠାରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏହା ହେଉଛି ୨ୟ ଏନକାଉଣ୍ଟର ।

ଉତ୍ତରକାଶ୍ମୀରର ବାରାମୁଲାଠାରେ ସକାଳଠାରୁ ଚାଲିଥିବା ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି । ବୁଧବାରଠାରୁ ଜିଲ୍ଲାର କଲନତାରାଠାରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗୁରୁବାର ସକାଳେ ଏକ ଘରେ ଆତଙ୍କବାଦୀମାନଙ୍କୁ ଠାବ କରାଯାଇଥିଲା । ଏହି ଏନକାଉଣ୍ଟର ଏବେ ମଧ୍ୟ ଜାରି ରହିଛି ।

ସମ୍ବନ୍ଧିତ ଖବର