ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ନବମ ଶ୍ରେଣୀର ଜଣେ ଛାତ୍ର ନିଜ ଜୋତା ଲେସ୍ରେ ଫାଶୀ ଲଗାଇ ଜୀବନ ହାରିଛି। ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ଛାତ୍ରର ମୃତଦେହକୁ ପଠାଇଛି। ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କ ପିତାମାତା ଛାଡ଼ପତ୍ର ହୋଇଯାଇଥିଲେ। ନାବାଳକ ଛାତ୍ର ଜେଜେବାପା-ଜେଜେ ମା'ଙ୍କ ସହ ରହୁଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତାର ବେକରୁ ଜୋତା ଲେସ୍ ଓ ଟ୍ରାକ ପେଣ୍ଟର ଲେସ୍ ମିଳିଥିଲା। ପରିବାର ସଦସ୍ୟଙ୍କୁ ଏହି ଘଟଣାରେ ପଚରାଉଚରା କରାଯାଉଛି। ମୃତ ଛାତ୍ରର ନାମ ଆରୁଷ।
ଏହି ଖବର ପଢ଼ନ୍ତୁ: ବିବାଦ ହେବାରୁ ୨୫ଲକ୍ଷରୁ ୨କୋଟିକୁ ବଢ଼ିଲା ସହାୟତା ରାଶି
ସୂଚନା ଅନୁସାରେ, ଏହି ଘଟଣା ଘଟିଛି ବିଶାଖାପାଟନମର ଫୋର୍ଥ ଟାଉନ୍ ଅଞ୍ଚଳରେ। ୧୩ ବର୍ଷୀୟ ଆରୁଷ ଅମନ ତାଙ୍କ ଜେଜେବାପାଙ୍କ ସହ ଏଠାରେ ରହୁଥିଲା। ସେ ନବମ ଶ୍ରେଣୀର ଛାତ୍ର ଥିଲା। ପିତାମାତାଙ୍କ ଛାଡପତ୍ର ପରେ ସେ ତାଙ୍କ ଜେଜେବାପାଙ୍କ ଘରେ ରହୁଥିଲେ। ଘରର ବାଥରୁମରେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।
ଏହି ଖବର ପଢ଼ନ୍ତୁ: ସାର୍ଥା ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ
ଆରୁଷ ବାଥରୁମ ଯାଇଥିଲା ଏବଂ ବହୁ ସମୟ ଧରି ନ ଖୋଲିବାରୁ ଜେଜେବାପାଙ୍କୁ ସନ୍ଦେହ ହୋଇଥିଲା। କବାଟ ଭାଙ୍ଗି ଦେଖିବାରୁ ଆରୁଷଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା।
ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର
ପରିବାର ସଦସ୍ୟଙ୍କ କହିବାନୁସାରେ, ଆରୁଷ ବାଥରୁମ ଯାଇଥିଲା ଏବଂ ବହୁ ସମୟ ଧରି ନ ଖୋଲିବାରୁ ଜେଜେବାପାଙ୍କୁ ସନ୍ଦେହ ହୋଇଥିଲା। କବାଟ ଭାଙ୍ଗି ଦେଖିବାରୁ ଆରୁଷଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆରୁଷ ଖୁସ ମିଜାଜର ପିଲା ଥିଲେ ଏବଂ କେବେ କାହା ସହ କଳି ଝଗଡା କରୁନଥିଲେ। ସେ କାହିଁକି ଏପରି ଭୟାନକ ନିଷ୍ପତ୍ତି ନେଇଛନ୍ତି ତାହା କେହି ବୁଝି ପାରୁନାହାନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ଆରୁଷ ଅନଲାଇନ୍ ଗେମ ଓ ଭୂତ ଭିଡିଓ ଦେଖୁଥିଲେ।
ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/25/xsFeb6N3DsJgt0auk3dP.jpg)
