ଚଣ୍ଡୀଗଡ଼: ୧୦ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ନାବାଳକକୁ ରାଜସ୍ଥାନରେ ଥିବା ତା’ର ପରିବାର ସହିତ ହରିୟାଣା ପୁଲିସର ‘ଆଣ୍ଟି-ହ୍ୟୁମାନ୍ ଟ୍ରାଫିକିଙ୍ଗ୍ ୟୁନିଟ୍’ ପୁନର୍ମିଳନ କରାଇଥିବା କଥା ବୁଧବାର ଦିନ ଜଣେ ସରକାରୀ ମୁଖପାତ୍ର କହିଛନ୍ତି।
/sambad/media/post_attachments/wp-content/uploads/2023/05/reunited.jpg)
ମୁଖପାତ୍ରଜଣକ କହିଛନ୍ତି, ନିରୁଦ୍ଦିଷ୍ଟ ପିଲାମାନଙ୍କ ସନ୍ଧାନ ନେଉଥିବା ପଞ୍ଜାବର ପଟିଆଲା ଜିଲ୍ଲାର ଗୋଟାଏ ବାଳାଶ୍ରମର କଲ୍ୟାଣ ଅଧିକାରୀ ପଞ୍ଚକୁଳାସ୍ଥିତ ‘ଆଣ୍ଟି-ହ୍ୟୁମାନ୍ ଟ୍ରାଫିକିଙ୍ଗ୍ ୟୁନିଟ୍’ (ଏଏଚ୍ଟିୟୁ) ସହିତ ଯୋଗସୂତ୍ର ସ୍ଥାପନ କରିବା ପରେ ଉକ୍ତ ପୁନର୍ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
କଥା ପ୍ରସଙ୍ଗରେ କଲ୍ୟାଣ ଅଧିକାରୀ ସେମାନଙ୍କୁ ସୂଚନା ଦେଲେ ଯେ, ତାଙ୍କ ପାଖରେ ହରିୟାଣର କୌଣସି ପିଲା ନାହାନ୍ତି। କିନ୍ତୁ, ଗୋଟାଏ ପିଲା ଅଛି, ଯାହାର ପରିବାରକୁ ଠାବ କରାଯାଇ ପାରୁନାହିଁ।
/sambad/media/post_attachments/wp-content/uploads/2023/05/ch.jpg)
କାଉନ୍ସେଲିଙ୍ଗ୍ ବେଳେ ପିଲାଟି ତା’ର ପିତାମାତାଙ୍କ ନାଁ ଏବଂ ସେ ବିହାରର ସମସ୍ତିପୁରବାସିନ୍ଦା ବୋଲି କହିଲା। ଉକ୍ତ ଠିକଣାରେ ଯୋଗାଯୋଗ କରିବାରୁ ଜଣାପଡ଼ିଲା ଯେ, ଏ ପିଲାଟି ଉକ୍ତ ପରିବାର ପିଲା ନୁହେଁ। ସେମାନେ ତାକୁ ଟ୍ରେନ୍ରୁ ପାଇଥିଲେ।
ପିଲାଟିକୁ ଆହୁରି ‘କାଉନ୍ସେଲିଙ୍ଗ୍’ କରାଯିବା ପରେ ରାଜସ୍ଥାନର ସରୋହୀ ଜିଲ୍ଲାସ୍ଥିତ ଏକ ଗାଁ କଥା ଉଠିଲା। ପିଲାଟିର ଫଟୋ ସେ ଗାଁକୁ ପଠାଗଲା। ଫଟୋରୁ ପିଲାଟିକୁ ତା’ର ବାପା ଶଙ୍କର ଲାଲ୍ ଚିହ୍ନିବା ସହିତ ନିଜ ଫଟୋ ମଧ୍ୟ ପଠାଇଲା। ତା’ପରେ ପିଲାର ବାପା ନିକଟକୁ ଭିଡିଓ କଲ୍ କରାଗଲା।ଲାଲ୍ କହିଲେ ଯେ, ୨୦୧୩ରେ ମାତ୍ର ୬ ବର୍ଷର ହୋଇଥିବା ବେଳେ ପୁଅ ତାଙ୍କ ଗାଁରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲା।
ଏହାପରେ ଆବଶ୍ୟକ ଔପଚାରିକ ପ୍ରକ୍ରିୟା ସମ୍ପନ୍ନ କରାଯାଇ ପିଲାଟିକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଗଲା ବୋଲି ସରକାରୀ ମୁଖପାତ୍ରଜଣକ କହିଛନ୍ତି।