ନାବାଳିକାକୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିବାକୁ ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଲିଗଢ ଅର୍ନ୍ତଗତ ଖେର ଥାନା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଏବଂ ଦୁଷ୍କର୍ମର ଭିଡିଓ ଭାଇରଲ କରିବାକୁ ଦୁର୍ବୃତ୍ତମାନେ ଧମକ ଦେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ୧୦ ଣ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ସେହି ଗ୍ରାମର ୪ ଜଣ ଯୁବକ ଏଭଳି କାଣ୍ଡ ଘଟାଇଥିଲେ। ପ୍ରଥମେ ଝିଅଟିକୁ ମାରପିଟ କରିବା ସହ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ସମ୍ପୂର୍ଣ୍ଣ ଘଟଣାର ଅଶ୍ଳୀଳ ଭିଡିଓ କରିବା ପରେ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାକୁ ସୋସିଆଲ ମିଡିଆରେ ଭାଇରାଲ କରିବେ ବୋଲି ଧମକ ଦେଇ ସେଠାରୁ ଚାଲିଯାଇଥିଲେ। ଗତ ରବିବାର ଦିନ ଘଟଣା ସମ୍ପର୍କରେ ନିଜ ବାପାଙ୍କୁ ଜଣାଇବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ସଂପୃକ୍ତ ଯୁବକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର