ପାଟ୍ନା: ବିହାର ମୁଜାଫରପୁର ଆଶ୍ରୟସ୍ଥଳରେ ହୋଇଥିବା ଜଘନ୍ୟ ଯୌନ କେଳେଙ୍କାରୀ ଘଟଣାରେ ଏବେ ଦେଶବାସୀ ସ୍ତବ୍ଧ। ଆଇନକାନୁନକୁ ଖାତିର ନକରି କିଭଳି ଦୁର୍ବୃତ୍ତମାନେ ଏତେବଡ଼ କାଣ୍ଡ ଘଟାଇଲେ ତାହାକୁ ନେଇ ସବୁଠି ପ୍ରଶ୍ନବାଚୀ। କିନ୍ତୁ ଏହି ଘଟଣାରେ ସିବିଆଇ ତଦନ୍ତ କରାଯିବ ନାହିଁ ବୋଲି ଆଜି ସ୍ପଷ୍ଟ କରାଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସରକାରୀ ପାଣ୍ଠିରେ ଚାଲୁଥିବା ଉକ୍ତ ଆଶ୍ରୟସ୍ଥଳରେ ମୋଟ ୪୪ ନାବାଳିକା ଥିଲେ। କିନ୍ତୁ ସେମାନେ ସମସ୍ତେ ଦୁଷ୍କର୍ମର ଶିକାର ହୋଇନାହାନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କୁ ଦୁଷ୍କର୍ମ କରାଯାଇଛି।
ଅନ୍ୟପକ୍ଷରେ ପୁଲିସ ଡିଜି କେ ସି ଦ୍ୱିବେଦୀ କହିଛନ୍ତି ଯେ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ମାମଲାରେ ତଦନ୍ତ ଜାରି ରହିଛି। ଆଶ୍ରୟସ୍ଥଳରେ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କୁ ଧରିବା ପାଇଁ ଚଢ଼ଉ କରାଯାଉଛି। ତଦନ୍ତକୁ ନେଇ କୌଣସି ଅସୁବିଧା ନାହିଁ। ଘଟଣାର ତୃଣମୂଳ ସ୍ତରକୁ ଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଦ୍ୱିବେଦୀ ଆହୁରି ସୂଚାଇଛନ୍ତି ଯେ ଆଶ୍ରୟସ୍ଥଳର ୪୪ ନାବାଳିକାଙ୍କ ମଧ୍ୟରୁ ୪୨ ଜଣଙ୍କର ଡାକ୍ତରୀ ମାଇନା ସରିଛି। ଅନ୍ୟ ଦୁଇଜଣ ଅସୁସ୍ଥ ଥିବା ହେତୁ ସେମାନଙ୍କ ପରୀକ୍ଷା କରାଯାଇ ପାରିନାହିଁ। ୨୯ ଜଣ ଦୁଷ୍କର୍ମର ଶିକାର ହୋଇ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି।
ବିହାର ଯୌନ କେଳେଙ୍କାରୀ ଘଟଣା: ୪୨ ନାବାଳିକାଙ୍କ ଡାକ୍ତରୀ ରିପୋର୍ଟ ଆସିଲା
୨୯ ଜଣଙ୍କୁ ଦୁଷ୍କର୍ମ କରାଯାଇଛି
/sambad/media/post_attachments/wp-content/uploads/2018/07/muzzafarpur_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)