ନୂଆଦିଲ୍ଲୀ: କୁକୁର ଉପରେ ଲାଗିଲା ଦୁଷ୍କର୍ମ ଆରୋପ। ଜଣେ ମହିଳା ଝିଅ ସହ ଘରେ ଥିବା ପୋଷା କୁକୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିବା ପରେ କୁକୁରକୁ ଗିରଫ କରିଛି ପୁଲିସ। ଘଟଣାଟି ଆମେରିକାର ହୋଇଥିବା ବେଳେ ପୁଲିସ ଏବଂ ପ୍ରାଣୀ ଚିକିତ୍ସା ବିଭାଗ କୁକୁରକୁ ଗିରଫ କରିଛି। ପୋଷା କୁକୁର ଉପରେ ଜଣେ ୯ବର୍ଷର ଶିଶୁ ସହ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତେବେ ପୁଲିସ କୁକୁରକୁ ଗିରଫ କରିଥିଲେ ବି ପୀଡ଼ିତାର ମା’ଙ୍କ ଉପରେ ସନ୍ଦେହ କରୁଛି। ପୁଲିସ ଏବେ ଡିଏନଏ ନମୁନାରୁ ଦୁଷ୍କର୍ମ ମାମଲାର ରହସ୍ୟ ସମାଧାନ କରିବାକୁ ଚେଷ୍ଟା କରୁଛି। ପୀଡ଼ିତାର ମା’ ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଏଭଳି ମିଛ କାହାଣୀ କହିଥିବା ସନ୍ଦେହ କରୁଛି ପୁଲିସ। 'ଦ ସନ୍ ୟୁକେ'ର ରିପୋର୍ଟ ଅନୁଯାୟୀ ମେକ୍ସିକୋର ଜଣେ ମହିଳା ୯ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ପରିବାରର ପୋଷା କୁକୁରକୁ ଦାୟୀ କରି ତଦନ୍ତକାରୀ ଦଳକୁ ହସ୍ତାନ୍ତର କରିଥିଲେ। ପଚରାଉଚରା ବେଳେ ମହିଳାଜଣକ କୁକୁରକୁ ବାରମ୍ବାର ଦାୟୀ କରିଥିଲେ ଏବଂ ଦାବି କରିଥିଲେ ଯେ ଘଟଣା ଘଟିବା ସମୟରେ ନାବାଳିକାଙ୍କ ସହ କୁକୁର ହିଁ ଉପସ୍ଥିତ ଥିଲା।
/sambad/media/post_attachments/d94436b06c4e5ea75e2c97c74d56ea13ee50c2d77c6518def18e46ae97f5496e.jpg)
ତେବେ ମହିଳାଙ୍କ ଏଭଳି ଅଜବ ବୟାନ ପରେ ଏବେ ପୁଲିସର ସନ୍ଦେହ ବଢ଼ିବା ସହ ସତ ଜାଣିବା ପାଇଁ ପୁଲିସ ମହିଳାଙ୍କ ଦ୍ବିତୀୟ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।