ଦିଲ୍ଲୀରେ ନାବାଳିକାକୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ନାବାଳିକା ରହୁଥିବା ଘରର ମାଲିକ ପୁଅ ତାଙ୍କୁ ପିଜା ଦେବ ବୋଲି କହି ରୁମ୍‌କୁ ଡାକିନେଇଥିଲା। ଭଲ ଭାବେ ଚିହ୍ନା ଥିବାରୁ ସେ ଯାଇଥିଲେ। କିନ୍ତୁ ସେଠାରେ ଅନ୍ୟ ୩ ଜଣଙ୍କ ସହ ଘର ମାଲିକ ପୁଅ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ, ପରିଣତି ଖରାପ ହେବ ବୋଲି ସେମାନେ ଧମକ ଦେଇଥିଲେ। ଦିଲ୍ଲୀର କଲ୍ୟାଣପୁରୀରେ ଏହି ଘଟଣା ଶୁକ୍ରବାର ଘଟିଥିଲା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର