ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ଦଳିତ ନାବାଳିକା ଗଣଦଦୁଷ୍କର୍ମର ଶିକାର ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ ୧୪ ବର୍ଷୀୟା ଦଳିତ ନାବାଳିକା ଗତ ଶନିବାର ରାତିରେ ବାହାରକୁ ନିତ୍ୟକର୍ମ ସାରିବାକୁ ଯାଇଥିବାବେଳେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିନେଇ ଗ୍ରାମର ଏକ ପଶୁଶାଳାରେ ଦୁଷ୍କର୍ମ କରିଥିଲେ ବୋଲି ଅଟ୍ଟରା ପୁଲିସ ଷ୍ଟେସନ୍‌ର ଏସଏଚ୍‌ଓ (ଷ୍ଟେସନ୍‌ ହାଉସ ଅଫିସର) ଦୁର୍ଗବିଜୟ ସିଂହ କହିଛନ୍ତି। ପୀଡ଼ିତାଙ୍କ ମା’ ଅଟ୍ଟରା ପୁଲିସ ଷ୍ଟେସନ୍‌ରେ ଏନେଇ ଏକ ଏଫଆଇଆର ରୁଜୁ କରିଛନ୍ତି। ପୀଡ଼ିତାଙ୍କୁ ପରଦିନ ସକାଳୁ ବେହୋସ୍‌ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି ପୀଡ଼ିତାଙ୍କ ମା’ କହିଛନ୍ତି। ତେବେ ପୁଲିସରେ ଦାଏର ହୋଇଥିବା ଅଭିଯୋଗକୁ ଆଧାର କରି ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଏବେ ପଚରାଉଚୁରା ଜାରି ରହିଛି। ଅନ୍ୟପକ୍ଷରେ ଦଳିତ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର