ନାବାଳିକାକୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ

କାନପୁର : ଉତ୍ତରପ୍ରଦେଶର ହାମିରପୁର ଜିଲ୍ଲାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ପୀଡିତା ନାବାଳିକାଟି ଘରେ ଏକୁଟିଆ ଥିବାର ସୁଯୋଗ ନେଇ ୨ ଜଣ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ନାବାଳିକାଟି ଘରେ ଏକୁଟିଆ ଥିବା ଜାଣି ସେହି ଗ୍ରାମର ସୋନୁ ଏବଂ ସାହିଲ ନାମକ ୨ ବ୍ୟକ୍ତି ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ପରେ ଧରାନପଡିବା ଭୟରେ ଝିଅଟିକୁ କିରୋସିନି ଢାଳି ଜିଅନ୍ତା ଜାଳି ହତ୍ୟା କରିଥିଲେ। ନାବାଳିକାର ଭାଇ ଘରେ ପହଞ୍ଚି ଏଭଳି ଦୃଶ୍ୟ ଦେଖି ଯେତେବେଳେ ପାଟି କରିବାକୁ ଲାଗିଲା ସେତେବେଳେ ସେହି ୨ ଆରୋପୀ ତାକୁ ମଧ୍ୟ ବାଡି ଏବଂ କୁରାଢି ସାହାଯ୍ୟରେ ଆକ୍ରମଣ କରିଥିଲେ। ସେ ତାଙ୍କ କବଳରୁ ଖସି ନିଜ ବାପାମାଆଙ୍କୁ ଏବିଷୟରେ ସୂଚନା ଦେବା ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ। ତେବେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର