ଦୁଷ୍କର୍ମ ମାମଲାରେ ନାବାଳିକାର ‘ସହମତି’କୁ ଆଇନ ଗ୍ରହଣ କରିବ ନାହିଁ

ଥାନେ: ଦୁଷ୍କର୍ମ ମାମଲାରେ ଜଣେ ନାବାଳିକାର ସହମତିକୁ ଆଇନ ସହମତି ଭାବେ ଗ୍ରହଣ କରିବ ନାହିଁ। ମହାରାଷ୍ଟ୍ରର ଥାନେର ଜିଲ୍ଲା ଅଦାଲତ ଜଣେ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ଜନୈକ ୩୧ ବର୍ଷିୟ ଯୁବକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇ ରାୟରେ କହିଛନ୍ତି କି ଜଣେ ଯଦି ନାବାଳିକାର ସହମତିରେ ତା’ ସହ ଶାରୀରିକ ସଂପର୍କ ରଖା ଯାଇଥାଏ, ତେବେ ସେହି ସହମତିକୁ ଆଇନ ଗ୍ରହଣ କରିବ ନାହିଁ। ଏହା ଦୁଷ୍କର୍ମ ବୋଲି ବିବେଚନା କରାଯିବ।

୨୦୧୫ ମସିହାରେ ଏକାଦଶ ଶ୍ରେଣୀରେ ପଢୁଥିବା ଜନୈକା ୧୬ ବର୍ଷିୟା ଛାତ୍ରୀଙ୍କୁ ତାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ପଡ଼ୋଶୀ ଦୁଷ୍କର୍ମ କରିଥିଲା। ଏହି ସମୟରେ ପୀଡ଼ିତାଙ୍କ ମା’ ଚାଲିଆସିବାରୁ ଦୁଷ୍କର୍ମକାରୀ ପଡ଼ୋଶୀ ଧରାପଡ଼ିଥିଲା। ଏହାପରେ ପୀଡ଼ିତା ଓ ତାଙ୍କ ମା’ଥାନାରେ ମାମଲାଏତଲା ରୁଜୁ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ ଜଣାପଡ଼ିଥିଲା କି ଏଥିପୂର୍ବରୁ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସହ ଘଟଣାକୁ ଦୁଷ୍କର୍ମ ଭାବେ ବିବେଚନା କରା ନ ଯିବାକୁ ଅଭିଯୁକ୍ତ ଆବେଦନ କରିଥିଲେ।

ମାତ୍ର ଥାନେର ଜିଲ୍ଲା ଜଜ୍‌ ପି.ପି ଯାଦବ ଏହି ଯୁକ୍ତିକୁ ଗ୍ରହଣ ନ କରି କହିଥିଲେ ଯେ ନାବାଳିକାର ସହମତିକୁ ଆଇନ ଓ ଅଦାଲତ ସହମତି ଭାବେ ବିବେଚନା କରିବେ ନାହିଁ କାରଣ ନାବାଳିକା ଏହାର ପରିଣତି ବିଷୟରେ ଜ୍ଞାତ ଓ ଅବଗତ ନୁହନ୍ତି। ଏଣୁ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର