ନୂଆଦିଲ୍ଲୀ: ଦେଓ୍ଵାସ୍ ଠାରେ ଥିବା ରିଜର୍ଭ ବ୍ୟାଙ୍କ୍ ଆୟାତାଧୀନ ବ୍ୟାଙ୍କ୍ ନୋଟ୍ ପ୍ରେସ୍ରୁ ଛାପା ଯାଇଥିବା ନୂଆ ଟଙ୍କା ଚୋରି କରିଥିବା ଜଣେ ବରିଷ୍ଠ ବରିଷ୍ଠ ଅଧିକାରୀଙ୍କୁ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ଘରୁ ଏବଂ ଅଫିସ୍ରୁ ଉଦ୍ଧାର କରାଯାଇଥିବା ୯୦ ଲକ୍ଷ ଟଙ୍କାର ନୋଟ୍ ସେ ଗତ କିଛି ଦିନ ହେବ ଧୀରେ ଧୀରେ ଚୋରାଇ ନେଇଥିଲେ।
ନିରାପତ୍ତା ଅଧିକାରୀମାନେ କହନ୍ତି ଏ ଘଟଣା ନୂଆକରି ଛାପା ଯାଇଥିବା ଟଙ୍କାର ଅଡିଟ୍ ସମ୍ବନ୍ଧରେ ସନ୍ଦେହ ଜଗାଉଛି।
ସରକାରଙ୍କର ମୁଦ୍ରା ଛାପାଖାନା ଜଗୁଥିବା ସିଆଇଏସ୍ଏଫ୍ ପରେ ଜାଣିବାକୁ ପାଇଲା ଯେ ନୋଟ୍ ଭେରିଫିକେସନ୍ ସେକ୍ସନ୍ର ମନୋହର ବର୍ମା ସନ୍ଦେହଜନକ ଆଚରଣ କରୁଛନ୍ତି। ଗୁରୁବାର ଠାରୁ ତାଙ୍କୁ ସିସିଟିଭି ସିର୍ଭିଲେନ୍ସ୍ରେ ରଖାଯାଇଥିଲା।
/sambad/media/post_attachments/wp-content/uploads/2018/01/62570670-300x225.jpg)
ଏଥିରୁ ସିଆଇଏସ୍ଏଫ୍ ଜାଣିବାକୁ ପାଇଲେ ଯେ ବର୍ମା ସବୁବେଳେ ରିଜେକ୍ଟ୍ ନୋଟ୍ ରଖାଯାଉଥିବା କାଠବାକ୍ସ ପାଖକୁ ଯାଇ ଗୋଟିଏ ଟେବୁଲ୍ ତଳେ ନଇଁ ପଡୁଛନ୍ତି। ଶୁକ୍ରବାର ଦିନ ବର୍ମା ଛାପାଖାନାର କରିଡୋର୍ରେ ଥିବା ଗୋଟାଏ ଖାଲି କାଠବାକ୍ସରେ ଗୁପ୍ତରେ କିଛି ଜିନିଷ ରଖୁଥିବାର ଦେଖାଯାଇଥିଲା। ତା’ପରେ ତାଙ୍କର ତଲାସ୍ ନିଆଯିବାରୁ ଦେଖାଗଲା ସେ ତାଙ୍କ ଜୋତା ଏବଂ ତାଙ୍କ ଅଫିସ ଡ୍ରୟାର୍ ପାଖରେ ଥିବା କନାରେ ନୂଆ ଛାପା ଯାଇଥିବା ଟଙ୍କା ଲୁଚାଇଛନ୍ତି। ସାମାନ୍ୟ ମୁଦ୍ରଣଗତ ତ୍ରୁଟି ଥିବାରୁ ସେ ନୋଟ୍ଗୁଡ଼ିକୁ ରିଜେକ୍ଟ୍ କରାଯାଇଥିଲା।
ବର୍ମାଙ୍କ ଲକର୍ ଏବଂ ଘରୁ ଆମେ ୯୦, ୦୯, ୩୦୦ ଖଣ୍ଡ ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ପାଇଛୁ। ତାଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଉଥିବା କଥା ଦେଓ୍ଵାସ୍ର ଏସ୍ପି ଅଂଶୁମାନ ସିଂହ କହିଛନ୍ତି।
ତାଙ୍କ ଅଫିସ୍ରୁ ସିଆଇଏସ୍ଏଫ୍ ନୂଆ ଛାପା ଯାଇଥିବା ତାଡ଼ା ପାଇଛନ୍ତି। ସେଥିରେ ୨୬. ୦୯ ଲକ୍ଷ ଟଙ୍କାର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ଥିଲା।
ପରେ ପୁଲିସ ତାଙ୍କ ଘରେ ଚଢ଼ାଉ କରାଯାଇ ତକିଆ, ବିଛଣା ଏବଂ ସ୍ନାନାଗାରରୁ ସମୁଦାୟ ୬୪. ୫୦ ଲକ୍ଷ ଟଙ୍କା ମିଳିଥିଲା।