ନୂଆଦିଲ୍ଲୀ: ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର ବା ସ୍ପେଶାଲ୍ ସଘନ ସଂଶୋଧନ) ବିରୋଧରେ ଆଜି ସଂସଦରେ ଇଣ୍ଡିଆ ମେଣ୍ଟ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ବିହାରର ମିନ୍ତା ଦେବୀଙ୍କ ନାମ ଥିବା ଟି-ସାର୍ଟ ପିନ୍ଧି ପ୍ରତିବାଦ କରିଥିଲେ। ନିର୍ବାଚନ କମିଶନଙ୍କ ଭୋଟର ତାଲିକାରେ ମିନ୍ତା ଦେବୀଙ୍କ ନାମ ୧୨୪ ବର୍ଷ ବୟସ ସହିତ ଲିପିବଦ୍ଧ ହୋଇଥିବା ଜଣାପଡ଼ିଛି। ଏଣୁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ପରି ନେତାମାନେ ମନ୍ତାଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ପ୍ରଦର୍ଶନ କରିଥିଲେ ।
ନିଜେ ମିନ୍ତା ଦେବୀ ଏହି ରାଜନୈତିକ ପ୍ରତିବାଦର କଡ଼ା ବିରୋଧ କରିଛନ୍ତି। ସିୱାନରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, 'ମୁଁ ଏହା ବିଷୟରେ ଗତ ଦୁଇ-ଚାରି ଦିନ ପୂର୍ବେ ଜାଣିଲି। ଏମାନେ (ବିରୋଧୀ ସାଂସଦ) ମୋ ପାଇଁ କିଏ? ମୋ ପାଇଁ ପ୍ରିୟଙ୍କା ଗାନ୍ଧୀ କି ରାହୁଲ ଗାନ୍ଧୀ କିଏ? ମୋ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ସେମାନଙ୍କୁ କିଏ ଅଧିକାର ଦେଲା? ମୁଁ ଏହା ଚାହୁଁନାହିଁ।'
କିନ୍ତୁ ନିଜେ ମିନ୍ତା ଦେବୀ ଏହି ରାଜନୈତିକ ପ୍ରତିବାଦର କଡ଼ା ବିରୋଧ କରିଛନ୍ତି। ସିୱାନରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, 'ମୁଁ ଏହା ବିଷୟରେ ଗତ ଦୁଇ-ଚାରି ଦିନ ପୂର୍ବେ ଜାଣିଲି। ଏମାନେ (ବିରୋଧୀ ସାଂସଦ) ମୋ ପାଇଁ କିଏ? ମୋ ପାଇଁ ପ୍ରିୟଙ୍କା ଗାନ୍ଧୀ କି ରାହୁଲ ଗାନ୍ଧୀ କିଏ? ମୋ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ସେମାନଙ୍କୁ କିଏ ଅଧିକାର ଦେଲା? ମୁଁ ଏହା ଚାହୁଁନାହିଁ।'
ସେ କହିଛନ୍ତି ଯେ ଭୋଟର ତାଲିକାରେ ଅନିୟମିତତା ଅଛି, କିନ୍ତୁ ଏଥିପାଇଁ ତାଙ୍କୁ ରାଜନୀତିକୁ ଟାଣିବା ଭୁଲ। ମିନ୍ତା କହିଛନ୍ତି, 'ମୁଁ ପ୍ରଶାସନଠାରୁ ଫୋନକଲ୍ ମଧ୍ୟ ପାଇନାହିଁ। ମୋ ବୟସ ସମ୍ପର୍କରେ ସେମାନେ ମୋର ଶୁଭେଚ୍ଛୁ କାହିଁକି ହେଉଛନ୍ତି? ମୋର ସୂଚନା ସଂଶୋଧନ କରାଯିବା ଉଚିତ।' ଯିଏ ଏହି ସୂଚନା ରେକର୍ଡ କରିଛି, ସେ ନିଶ୍ଚୟ ଆଖି ବନ୍ଦ କରି ଏପରି କରିଛି।