ମିରଟ୍‌: ସ୍କୁଲ୍‌ ଛାତ ଭୁଶୁଡ଼ି ୬ ଛାତ୍ର ଗୁରୁତର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଟ୍‌ ଜିଲ୍ଲାରେ ଆଜି ଏକ ଘରୋଇ ସ୍କୁଲ୍‌ର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଏ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ଆହତ ଛାତ୍ରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମିରଟ୍‌ର ସାରଧନ ଜିଲ୍ଲାର ଦବଥୁଆ ଗ୍ରାମରେ ଏକ ସରସ୍ବତୀ ଜ୍ଞାନ ମନ୍ଦିର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି ସ୍କୁଲ୍‌ର ଛାତ ଶୋଚନୀୟ ଅବସ୍ଥାରେ ଥିଲା। ଛାତ୍ରମାନେ ଶ୍ରେଣୀ ଗୃହରେ ପଢ଼ୁଥିବାବେଳେ ହଠାତ୍‌ ଛାତଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଛାତ୍ରମାନେ ଭଂଗା ଛାତ ତଳେ ଫସି ରହିଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକ ଏବଂ ପୁଲିସ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ପିଲାମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର